33.3 C
Bhubaneswar
Saturday, June 13, 2026
Homeଓଡିଶାସାଙ୍ଗ ନେଲା ସାଙ୍ଗର ଜୀବନ

ସାଙ୍ଗ ନେଲା ସାଙ୍ଗର ଜୀବନ

ଝାରସୁଗୁଡ଼ା ଟଙ୍କା ଭାଗ ବଣ୍ଟା ବିବାଦରୁ ହତ୍ୟାକାଣ୍ଡ, ସାଙ୍ଗ ନେଲା ସାଙ୍ଗର ଜୀବନଟିଟିଲାଗଡ଼ ରେଳ ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମ ନିକଟରେ ଘଟିଛି ଏକ ଅଭାବନୀୟ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ।ସୂଚନା ମୁତାବକ, ମୃତକ ଓ ଅଭିଯୁକ୍ତ ଉଭୟ ଝାରସୁଗୁଡ଼ା ଜିଲ୍ଲାର ବାସିନ୍ଦା। ଦୀର୍ଘ ଦିନ ହେଲା ଟିଟିଲାଗଡ଼ରେ ରହି କବାଡ଼ି ବା ପୁରୁଣା ଲୁହା-ଟିଣ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ। ହେଲେ ଗତ କିଛି ଦିନ ହେଲା ବିକ୍ରି ରୁ ମିଳୁଥିବା ଅର୍ଥର ବଣ୍ଟନକୁ ନେଇ ଉଭୟଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ। ଆଉ ଆଜି ଏହି ବିବାଦ ଚରମ ସୀମାରେ ପହଞ୍ଚିଥିଲା।

ଯୋଜନାବଦ୍ଧ ଭାବେ ଅଭିଯୁକ୍ତ ଜଣକ ମୃତକଙ୍କୁ ଏହି ନିଛାଟିଆ ସ୍ଥାନକୁ ଡାକିଥିଲା। ପ୍ରଥମେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଆଉ ତାପରେ ଅଭିଯୁକ୍ତ ବାଡ଼େଇ ମୃତକଙ୍କୁ ତଳେ ପକାଇ ଦେଇଥିଲା। ଶେଷରେ ଏକ ଭାରୀ ପଥରରେ ମୁଣ୍ଡକୁ ଛେଚି ନିର୍ମମ ଭାବେ ହତ୍ୟା କରିଥିଲା।ଘଟଣା ସ୍ଥଳରେ ରେଳବାଇ ପୋଲିସ ଓ ଆରପିଏଫ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସାମାନ୍ୟ କିଛି ଟଙ୍କା ପାଇଁ ଏତେ ବଡ଼ ଅପରାଧ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking