ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଟିଏମସି କ୍ଷମତା ହରାଇବା ପରେ ରାଜ୍ୟ ରାଜନୀତିରେ ପଛକୁ ଚାଲିଯାଇଥିବା ମମତା ବାନାର୍ଜୀଙ୍କ ସମସ୍ୟା କମିବାର କୌଣସି ସଙ୍କେତ ମିଳୁନାହିଁ। ମଙ୍ଗଳବାର କୋଲକାତାର କାଳୀଘାଟ ସ୍ଥିତ ତାଙ୍କ କାର୍ୟ୍ୟାଳୟରେ ଉଓଊ ଟିମ୍ ପହଞ୍ଚିଥିଲା। ରିପୋର୍ଟ ଅନୁଯାୟୀ ଟିଏମସିର ଏକ କାର୍ୟ୍ୟାଳୟ ମଧ୍ୟ ସେହି ଠିକଣାରେ ଥିବାରୁ, ୁ ସିଆଇଡି ଟିମ୍ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ନୋଟିସ୍ ଦେବା ପାଇଁ ସେଠାକୁ ଯାଇଥିଲା।
ଏହି ମାମଲା ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ପାଇଁ ସଂରକ୍ଷିତ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନିଯୁକ୍ତି ସମ୍ପର୍କିତ ଏକ ପ୍ରସ୍ତାବରେ କିଛି ଟିଏମସି ବିଧାୟକଙ୍କ ସ୍ୱାକ୍ଷରରେ ହୋଇଥିବା କଥିତ ଜାଲିଆତି ଓ ଅସଙ୍ଗତିର ତଦନ୍ତ ସହ ଜଡିତ। ସିଆଇଡି ସୋମବାର (୮ ଜୁନ୍ ୨୦୨୬) ଅଭିଷେକ ବାନାର୍ଜୀଙ୍କୁ ତୃତୀୟ ଥର ପାଇଁ ନୋଟିସ୍ ଜାରି କରିଥିଲା ଏବଂ ୯ ଜୁନ୍ ସନ୍ଧ୍ୟା ୫ଟା ସୁଦ୍ଧା ଦକ୍ଷିଣ କୋଲକାତାସ୍ଥିତ ସିଆଇଡି ମୁଖ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲା। ଅନ୍ୟପକ୍ଷରେ, ଟିଏମସି ର ପୂର୍ବତନ ବିଧାୟକ ସବ୍ୟସାଚୀ ଦତ୍ତଙ୍କୁ ଏକ ଅଦାଲତ ୮ ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି। ତାଙ୍କୁ ଜବରଦସ୍ତି ଟଙ୍କା ଆଦାୟ) ଓ ଅପରାଧିକ ଧମକ ଦେବା ଅଭିଯୋଗରେ ମଙ୍ଗଳବାର (୯ ଜୁନ୍ ୨୦୨୬) ପ୍ରଭାତରେ ଉତ୍ତର ୨୪ ପରଗଣା ଜିଲ୍ଲାରୁ ଗିରଫ କରାଯାଇଥିଲା।
ଅଭିଯୋଗ ଅନୁଯାୟୀ, ଦତ୍ତ ଜବରଦସ୍ତି ଟଙ୍କା ଆଦାୟ କାର୍ୟ୍ୟକଳାପରେ ଜଡିତ ଥିଲେ ଏବଂ ୨୦୧୮ ମସିହାରେ ଅଭିଯୋଗକାରୀଙ୍କୁ ୧ କୋଟି ଟଙ୍କାରୁ ଅଧିକ ଦାବି କରିଥିଲେ। ଦତ୍ତଙ୍କ ଗିରଫଦାରୀ ଏପରି ଏକ ସମୟରେ ହୋଇଛି, ଯେତେବେଳେ ବିଧାନନଗରର ପୂର୍ବତନ ବିଧାୟକ ଏବଂ ତୃଣମୂଳ ସରକାରର ପୂର୍ବତନ ମନ୍ତ୍ରୀ ସୁଜିତ ବୋଷଙ୍କୁ ନଗର ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ସୁଜିତ ବୋଷଙ୍କ ଗିରଫଦାରୀକୁ ନେଇ ରାଜ୍ୟ ମନ୍ତ୍ରୀ ଶରଦ୍ୱତ ମୁଖାର୍ଜୀ କହିଛନ୍ତି, “ଦୁର୍ନୀତି ଓ ଅହଙ୍କାରରେ ବୁଡ଼ି ରହିଥିବା ଲୋକମାନଙ୍କୁ ଗୋଟିଏ ପରେ ଗୋଟିଏ ଗିରଫ କରାଯାଉଛି।”










