35 C
Bhubaneswar
Wednesday, June 17, 2026
Homeଓଡିଶାଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ

ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ

ଭୁବନେଶ୍ୱର : ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବୌଦ୍ଧ, ସମ୍ବଲପୁର ଏବଂ ସୁନ୍ଦରଗଡ଼ର ଅଳ୍ପ ଅଂଶ, କୋରାପୁଟର କିଛି ଅଂଶ, ରାୟଗଡ଼ା, କନ୍ଧମାଳ, ଅନୁଗୋଳ ଏବଂ ଦେବଗଡ଼ର ଅଧିକାଂଶ ଅଞ୍ଚଳକୁ ଛୁଇଁବା ପରେ ଆଗକୁ ବଢ଼ୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ସହ ଗରମ ଓ ଗୁଳୁଗୁଳି ଜାରି ରହିବ। ଏଥିପାଇଁ ବୁଧବାର ସମଗ୍ର ରାଜ୍ୟରେ ଝଡ଼ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଅପରପକ୍ଷେ ହିଟ୍‌ ଓ୍ବେଭ୍‌ ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁରକୁ ୟେଲୋ ଓ୍ବାର୍ନିଂ ରହିଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଆଗାମୀ ୩/୪ ଦିନ ପରେ ତାପମାତ୍ରା ହ୍ରାସ ପାଇବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ମଙ୍ଗଳବାର ରାଜ୍ୟର ୭ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବୌଦ୍ଧରେ ସର୍ବାଧିକ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking