35 C
Bhubaneswar
Wednesday, June 17, 2026
Homeଦେଶ ବିଦେଶଉମା ଭାରତୀ ଅସୁସ୍ଥ

ଉମା ଭାରତୀ ଅସୁସ୍ଥ

ମୁଜାଫରନଗର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଗତ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲା ଦେଇ ସଡକ ପଥରେ ହରିଦ୍ୱାରରୁ ଦିଲ୍ଲୀ ଯାଉଥିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିବା ବେଳେ , ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ଏକ ମେଡିକାଲ ଟିମ ପଠାଯାଇ ଘଟଣାସ୍ଥଳରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ପରେ ସେ ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ମୁଜାଫରନଗରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁନୀଲ ତେୱାତିଆଙ୍କ ସୂଚନା ଅନୁଯାୟୀ, ସିନ୍ଧାୱାଲି ଗ୍ରାମ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ପାଖରେ ଉମା ଭାରତୀଙ୍କ କାରକେଡକୁ ଅଟକାଯାଇ ଡାକ୍ତରୀ ଦଳ ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେହି ସମୟରେ ତାଙ୍କର ରକ୍ତଚାପ ଅଧିକ ଥିବା ଏବଂ ଗୋଡରେ ସ୍ୱେଲିଂ ଥିବା ଜଣାପଡିଥିଲା । ତେବେ ଆବଶ୍ୟକୀୟ ଔଷଧ ସେବନ ଓ କିଛି ସମୟ ବିଶ୍ରାମ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହୋଇଥିଲା ଏବଂ ସେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking