ଭୁବନେଶ୍ୱର : ସାରା ରାଜ୍ୟକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ଶନିବାର ପାଇଁ ରାଜ୍ୟର ୯ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଘଡଘଡି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଦିନରେ ପ୍ରବଳ ଗରମ ସହ ଗୁଳୁଗୁଳି ସନ୍ଧ୍ୟା ହେଲେ ଆସୁଛି କଳାହାଣ୍ଡିଆ ମେଘ। ଆଗାମୀ ୩ ଦିନ ଯାଏ ଝଡବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସାରା ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି। ଆଜି କାଳବୈଶାଖୀ ପାଇଁ ୧୪ ଜିଲାକୁ ଅରେଞ୍ଜ ଓ ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା କାଲି ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନକୁ ଘଡଘଡି ବର୍ଷା ସହ ୫୦ ରୁ ୬୦ କିମି ପବନ ବହିବା ନେଇ ସତର୍କ ସୂଚନା ଜାରି ହୋଇଛି।










