କାମାକ୍ଷାନଗର : ବୋମା ଭିଡିବା ବେଳେ ଅଘଟଣ। ଶୁକ୍ରବାର ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି। ପରଜଙ୍ଗ ଥାନା ଗଣ୍ଡତଇଳାରେ ବୋମା ଭିଡୁଥିବା ବେଳେ ଏହି ଅଘଟଣ ଘଟିଛି। ଜନ୍ତୁ ଶିକାର ପାଇଁ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି। ଜଣଙ୍କ ହାତ ପାପୁଲି ଛିଣ୍ଡି ଯାଇଥିବା ବେଳେ ଅନ୍ୟ ୨ ଜଣ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।










