35.9 C
Bhubaneswar
Friday, June 19, 2026
Homeଓଡିଶାସୁନା ୩୬୫୦, ରୁପା ଦର ୧୫,୦୦୦ ଟଙ୍କା କମିଲା

ସୁନା ୩୬୫୦, ରୁପା ଦର ୧୫,୦୦୦ ଟଙ୍କା କମିଲା

ଭୁବନେଶ୍ବର: ଭୁବନେଶ୍ବରରେ ଶୁକ୍ରବାର ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଅପରାହ୍ନ ସୁଦ୍ଧା ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୩୩୫୦ ଟଙ୍କା ହ୍ରାସ ପାଇ ୧,୩୩,୭୦୦ ଟଙ୍କା ଥିଲା। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦର ୩,୬୫୦ ଟଙ୍କା ହ୍ରାସ ପାଇ ୧,୪୫,୮୬୦ ଟଙ୍କା ହୋଇଛି। ରୁପା କେଜି ମଧ୍ୟ ୧୫ ହଜାର ଟଙ୍କା କମ୍‌ ହୋଇ ୨,୫୫,୦୦୦ ଟଙ୍କା ହୋଇଯାଇଛି। ଚଳିତ ମାସ ୧୬ ତାରିଖଠାରୁସୁନା ଓ ରୁପାଦରରେ ଯେଉଁ ହ୍ରାସର ଧାରା ଆରମ୍ଭ ହୋଇଥିଲା ତାହା ବଜାୟ ରହିଛି। ଗତ ଚାରି ଦିନରେ ୨୨ କ୍ୟାରେଟ୍‌ ସୁନା ୫୨୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ୫୬୭୦ ଟଙ୍କା ହ୍ରାସ ପାଇଛି। ଶେଷ ଥର ପାଇଁ ଚଳିତ ମାସ ୧୫ରେ ଏହି ଦୁଇ ଧାତବ ପଦାର୍ଥ ମୂଲ୍ୟ ବଢ଼ିଥିଲା। ଆଲୋଚ୍ୟ ଚାରି ଦିନରେ ରୁପା ୨୫ ହଜାର ଟଙ୍କା ଶସ୍ତା ହୋଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହେବା ଓ ହର୍ମୁଜ ପ୍ରଣାଳୀ ଖୋଲିବା ସମ୍ଭାବନା ଦେଇଥିବାରୁ ବଜାରରେ ସ୍ଥିରତା ଫେରିବା ଆଶା କରାଯାଉଛି। ଚଳିତ ବର୍ଷ ପ୍ରାରମ୍ଭରେ ସୁନା ଓ ରୁପା ଦରରେ ଯେଉଁଭଳି ବୃଦ୍ଧି ଓ ଅସ୍ଥିରତା ରହିଥିଲା ସେହି ସମୟ ପ୍ରାୟ ଶେଷ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking