34.3 C
Bhubaneswar
Monday, June 22, 2026
Homeଓଡିଶାଜଳିଗଲେ ଦଂପତି: ସ୍ତ୍ରୀଙ୍କ ମୃତ୍ୟୁ, ସ୍ୱାମୀ ଗୁରୁତର

ଜଳିଗଲେ ଦଂପତି: ସ୍ତ୍ରୀଙ୍କ ମୃତ୍ୟୁ, ସ୍ୱାମୀ ଗୁରୁତର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ସ୍ୱାମୀ-ସ୍ତ୍ରୀ ଗୁରୁତର ଭାବେ ପୋଡ଼ି ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ମୃତା ହେଲେ ଅନିତା ପ୍ରଧାନ। ଗୁରୁତର ଅବସ୍ଥାରେ ଥିବା ସ୍ୱାମୀ ରମେଶ ପ୍ରଧାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ସୂଚନା ଅନୁଯାୟୀ, ରମ୍ଭା ଥାନା ଜଟିଆଖୋଲ ଗ୍ରାମର ଅନିତା ପ୍ରଧାନ ଦୁଇ ବର୍ଷ ପୂର୍ବେ ମଥୁରା ଗାଁର ରମେଶ ପ୍ରଧାନଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିବା ପରିବାର ଲୋକ କହିଛନ୍ତି। ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ନିଆଁ ଲାଗି ଦୁହେଁ ପୋଡ଼ି ଯାଇଥିଲେ। ପରେ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଅନିତାଙ୍କ ମୃତ୍ୟୁ ହୋଇଥିବା ବେଳେ ରମେଶଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି। ଏପଟେ ଅନିତାଙ୍କ ପରିବାର ଲୋକ ରମେଶ ପ୍ରଧାନଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଖବର ପାଇ ଖଲ୍ଲିକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking