28.1 C
Bhubaneswar
Friday, August 21, 2026
Homeଅପରାଧବାପା ଓ ସାନ ଭାଇଙ୍କୁ ହାଣିଦେଲେ ଯୁବକ

ବାପା ଓ ସାନ ଭାଇଙ୍କୁ ହାଣିଦେଲେ ଯୁବକ

ମୟୂରଭଞ୍ଜ: ସମ୍ପର୍କରେ ଲାଗିଲା ରକ୍ତ ଛିଟା। ସାମାନ୍ୟ ମୋବାଇଲ୍ ଫୋନ୍‌କୁ ନେଇ ତେଲେଙ୍ଗା କଟୁରୀରେ ବାପା ଓ ସାନ ଭାଇଙ୍କୁ ହାଣିଦେଇଛନ୍ତି ଜଣେ ଯୁବକ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଶିରାଥଳିରେ। ଏହି ଗ୍ରାମର ସଦାନନ୍ଦ ବାରିକଙ୍କ ସାନ ପୁଅ ସୁଶାନ୍ତ ବାରିକ ରାସ୍ତାରୁ ଏକ ମୋବାଇଲ ଫୋନ୍ ପାଇଥିଲେ। ଗତକାଲି ସନ୍ଧ୍ୟାରେ ଏହି ମୋବାଇଲ୍‌ ଫୋନ୍‌କୁ ତା’ର ମାଲିକ ଆସି ନେଇ ଯାଇଥିଲେ। ହେଲେ ବିଳମ୍ବିତ ରାତିରେ ଅଚାନକ ସଦାନନ୍ଦଙ୍କ ବଡ଼ ପୁଅ ହେମନ୍ତ ବାରିକ ଘରେ ପହଞ୍ଚି ମୋବାଇଲ୍ ଫୋନ୍ କ’ଣ ପାଇଁ ଫେରାଇ ଦେଲ ବୋଲି ପଚାରିଥିଲେ। ଏନେଇ ପାଟିତୁଣ୍ଡ କରିବା ସହିତ ଏକ ତେଲେଙ୍ଗା କଟୁରୀରେ ସେ ପ୍ରଥମେ ତାଙ୍କ ବାପା ସଦାନନ୍ଦଙ୍କୁ ଆକ୍ରମଣ କରିଥିଲେ। ସଦାନନ୍ଦଙ୍କ ଗୋଡ଼ରେ ସେ ଚୋଟ୍ ବସାଇଥିଲେ। ଏହା ପରେ ସାନ ଭାଇ ସୁଶାନ୍ତଙ୍କ ମୁଣ୍ଡରେ ପକାଇଥିଲେ ଚୋଟ। ଉଭୟ ଗୁରୁତର ଆହତ ହୋଇଥିବା ବେଳେ ପରିବାର ଲୋକେ ସେମାନଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରିଛନ୍ତି। ସଦାନନ୍ଦ ବାରିକ କହିଛନ୍ତି ଯେ ମୋବାଇଲ ଫୋନ୍ ଫେରାଇ ଦେବା ପ୍ରସଙ୍ଗ ସହିତ ଜମି ବିବାଦକୁ ନେଇ ବଡ଼ ପୁଅ ସେମାନଙ୍କୁ ଆକ୍ରମଣ କରିଛି। ଜମି ନେଇ ପୂର୍ବରୁ ସେମାନଙ୍କର ବିବାଦ ରହିଥିବା ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking