ନୂଆଦିଲ୍ଲୀ: ଉତ୍ତରଭାରତର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଚାଲିଛି । ଉତ୍ତରପ୍ରଦେଶ ଅନେକ ସହର ବର୍ତ୍ତମାନ ଜଳବନ୍ଦୀ । ରାସ୍ତାଘାଟ ସବୁଠି ଜମାଟ ବାନ୍ଧିଛି ବର୍ଷାପାଣି । ଯାତାୟତ ବାଧାପ୍ରାପ୍ତ ହେବା ସହ ଲୋକେ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି । ସେପଟେ ଡେରାଡୁନରେ କାଳ ସାଜିଛି ବର୍ଷା ସାଙ୍ଗକୁ ଭୁସ୍ଖଳନ । ଜିଲ୍ଳାର ବିଭିନ୍ନ ସ୍ଥାନରେ ବର୍ଷା ଓ ଭୁସ୍ଖଳନ ଚାଲିଛି ।ରାସ୍ତାଘାଟରେ ବଡବଡ ପଥରଖଣ୍ଡ ଭାଙ୍ଗି ପଡିବା ସହ ଘରେ ପଶୁଛି ବନ୍ୟାପାଣି । ଗୋଟିଏ ଦିନର ଆଶ୍ବସ୍ତି ପରେ ପୁଣି ବର୍ଷାରେ ଉବୁଟୁବୁ ମୁମ୍ବାଇ । ଆଜି ସକାଳୁ ଲଗାଣବର୍ଷା ସାଙ୍ଗକୁ ପବନ ବେଗ ବଢ଼ିବାରେ ଲାଗିଛି ।
ବିମାନ ଉଡ଼ାଣଠୁ ନେଇ ରେଳ ଚଳାଚଳ ଏବଂ ସଡ଼କପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାଜସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ଚାଲିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ଓ କାନ୍ଥ ଭୁଶୁଡିବା କାରଣୁ ୩ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ସହର ଭିତରେ ବର୍ଷା ପାଣି ଜମାଟ ବାନ୍ଧିବାରୁ କୁତ୍ରିମ ବନ୍ୟା ସମସ୍ୟା ଦେଖାଦେଇଛି । ତଳତଳିଆ ଓ ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଜମ୍ମକାଶ୍ମୀର ଡୋଡାରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ ।ଭୁସ୍ଖଳନ ପରେ ପୋତି ହୋଇଛି ଘରଦ୍ବାର, ଯାନବାହାନ । ହଠାତ ମାଡିଆସିଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ହନ୍ତସନ୍ତ ଡୋଡା ବାସିନ୍ଦା ମୌସୁମୀ ବର୍ଷା ପାଇଁ କେଉଁଠି ରାଜମାର୍ଗ ବନ୍ଦ ପଡିଛି ତ ପୁଣି କେଉଁଠି ଘର ଉପରେ ପଡିଛି ବଡବଡ ପଥରଖଣ୍ଡ । ସ୍ଥାନୀୟ ପ୍ରଶାସନ ପ୍ରଭାବିତଙ୍କୁ ଭେଟି ସାହାଯ୍ୟ କରୁଛି ।










