28.3 C
Bhubaneswar
Monday, July 6, 2026
Homeଓଡିଶାକୋଏଲ ନଦୀରେ ବୁଡ଼ି ନାବାଳକର ମୃତ୍ୟୁ

କୋଏଲ ନଦୀରେ ବୁଡ଼ି ନାବାଳକର ମୃତ୍ୟୁ

ରାଉରକେଲା: ହମିରପୁର ଘାଟରେ ସାଙ୍ଗମାନଙ୍କ ସହ ମାଛ ଧରୁଥିଲା ବେଳେ କୋଏଲ ନଦୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି l ମୃତକ ହେଲେ ସେକ୍ଟର ୨୦ ଆଜାଦ ବସ୍ତିର ମହମ୍ମଦ ଆସିଫ ଅହମ୍ମଦ (୧୭)l ଅନ୍ୟ ତିନି ସାଙ୍ଗ ବର୍ତ୍ତି ଯାଇଛନ୍ତି l ସେକ୍ଟର ୧୯ ପୁଲିସ ଶବ ଜବତ କରି ଆରଜିଏଚକୁ ପଠାଇଛି lଆଜି ସକାଳେ ଆସିଫ ତାର ଅନ୍ୟ ତିନି ସାଙ୍ଗଙ୍କ ସହ କୋଏଲ ନଦୀରେ ମାଛ ଧରିବାକୁ ହମିରପୁର ଘାଟକୁ ଯାଇଥିଲେ l ପାଣି ଭିତରେ ପଶି ମାଛ ଧରୁଥିଲା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ l ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ପ୍ରାୟ ଦୁଇ ଘଣ୍ଟା ପରେ ନିଖୋଜ ଆସିଫର ଶବ ଉଦ୍ଧାର କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking