28.3 C
Bhubaneswar
Monday, July 6, 2026
Homeଓଡିଶାପଶ୍ଚିମ ଓଡ଼ିଶାରେ ଅବପାତର ତାଣ୍ଡବ: ସୁବର୍ଣ୍ଣପୁରରେ ୩୨୮.୪ ମିମି ବର୍ଷା

ପଶ୍ଚିମ ଓଡ଼ିଶାରେ ଅବପାତର ତାଣ୍ଡବ: ସୁବର୍ଣ୍ଣପୁରରେ ୩୨୮.୪ ମିମି ବର୍ଷା

ଭୁବନେଶ୍ୱର: ଉପକୂଳରେ କମିଲା, ପଶ୍ଚିମରେ ଢାଳିଲା । ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ଭାରି ବର୍ଷା ଲାଗିରହିଛି । ୨୪ ଘଣ୍ଟାରେ ସୁବର୍ଣ୍ଣପୁରରେ ସର୍ବାଧିକ ୩୨୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଉଲ୍ଲୁଣ୍ଡାରେ ୨୯୦ ମିଲିମିଟର, ବୀରମହାରାଜପୁର ୨୨୩ ମିଲିମିଟର, ତରଭା ୨୦୫ ମିଲିମିଟର, ବିନିକା ୧୮୮ ମିଲିମିଟର ଓ ଡୁଙ୍ଗୁରିପାଲି ୧୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।ପ୍ରବଳ ବର୍ଷା ଯୋଗୁଁ ସମ୍ବଲପୁର, ବରଗଡ଼, ବୌଦ୍ଧ, ନୂଆପଡ଼ାର ହାଲ୍‌ ବେହାଲ୍‌ ହୋଇଯାଇଛି । ଆଜି ପାଇଁ ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ବରଗଡ଼, ବୌଦ୍ଧ ଓ ଅନୁଗୁଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking