31.7 C
Bhubaneswar
Wednesday, July 8, 2026
Homeଓଡିଶାରଥଯାତ୍ରା ସୁରକ୍ଷା ପାଇଁ ମେଗା ମକ୍ ଡ୍ରିଲ୍

ରଥଯାତ୍ରା ସୁରକ୍ଷା ପାଇଁ ମେଗା ମକ୍ ଡ୍ରିଲ୍

ପୁରୀ: ରଥଯାତ୍ରା ପାଇଁ ପୁଲିସ ବିଭାଗର ପ୍ରସ୍ତୁତି । ଓଡିଶା ପୋଲିସର ମେଗା ମକଡ୍ରିଲ । ଓଡିଶା ପୋଲିସର ସ୍ପେଶାଲ ଟାକ୍ଟିକଲ ୟୁନିଟ ଗତକାଲିଠୁ ଏହି ମକଡ୍ରିଲ କରି ଆସୁଛି । ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାକୁ ଓଡିଶା ପୋଲିସର ଏସଟିୟୁ ଏହି ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ର ଡେମୋ ଦେଖାୁଛି । ଗତକାଲିଠୁ ଏହି ମକଡ୍ରିଲ ଆରମ୍ଭ ହୋଇଛି । ଗତକାଲି ପ୍ରଥମେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଏକ ବିଲ୍ଡିଂ, ପରେ ରେଳ ଷ୍ଟେସନରେ ହୋଇଥିଲା ମକ ଡ୍ରିଲ । ଆଜି ଏକ ଘରୋଇ ହୋଟେଲରେ ମଧ୍ୟ ମକଡ୍ରିଲ ହୋଇଛି । ପରେ ଶ୍ରୀମନ୍ଦିର ସମ୍ମୁଖ ବିଲ୍ଡିଂକୁ ପ୍ରତୀକାତ୍ମକ ଭାବରେ ନିଆଯାଇ କରାଯଇଛି ଅଭ୍ୟାସ । ଏସଟିୟୁର ପ୍ରାୟ ୧୫ରୁ ଅଧିକ ସଦସ୍ୟ ଏଥିରେ ସାମିଲ ଅଛନ୍ତି । ଏହା ସହିତ ଅଗ୍ନିଶମବାହିନୀ ଓ ଅଗ୍ନିଶମ ବିବାଗର ଏତ୍ୟାଧୁନିକ ଉପକରଣ ସବୁ ନିୟୋଜିତ ରହିଛି । ଓଡ୍ରାଫ ମଧ୍ୟ ଏହି ମକଡ୍ରିଲରେ ସାମିଲ ହୋଇଛି । ପ୍ରଥମ କରି ରୋବଟ ବ୍ୟବହାର କରି ଆତଙ୍କବାଦୀ ଗତିବିଧି ଉପରେ ନଜର ରଖୁଛି ଏସଟିୟୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking