31.7 C
Bhubaneswar
Wednesday, July 8, 2026
Homeଓଡିଶାଖୋଲିବ ହୀରାକୁଦର ୪ ଗେଟ୍: ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ

ଖୋଲିବ ହୀରାକୁଦର ୪ ଗେଟ୍: ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ

କଟକ: ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଛି । ବର୍ତ୍ତମାନ ବନ୍ଧର ଜଳସ୍ତର ୬୧୧.୨୩ ଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ ପ୍ରାୟ ୨ ଲକ୍ଷ ୬୨ ହଜାର କ୍ୟୁସେକ୍ ପାଣି ବନ୍ଧକୁ ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ୧୧ଟାରେ ୪ଟି ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଜଳପ୍ରବାହର ପରିସ୍ଥିତି ଅନୁଯାୟୀ ସନ୍ଧ୍ୟା ସୁଦ୍ଧା ଆହୁରି କିଛି ଗେଟ୍ ଖୋଲାଯାଇ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ପାଣି ନିଷ୍କାସନ କରାଯିବ ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି । ଏପଟେ ମୁଣ୍ଡଳୀରେ ଜଳପ୍ରବାହ ଧୀରେ ଧୀରେ କମୁଛି। ଗତକାଲି ରାତିରେ ଯେଉଁଠାରେ ୫ ଲକ୍ଷ ୫୪ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା, ବର୍ତ୍ତମାନ ତାହା କମି ୪ ଲକ୍ଷ ୮୦ ହଜାର କ୍ୟୁସେକରେ ପହଞ୍ଚିଛି ।ଜଳପ୍ରବାହ ଆହୁରି କମିବାର ସମ୍ଭାବନା ଥିବାରୁ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ବଡ଼ ବନ୍ୟା ଆଶଙ୍କା ନଥିବା କୁହାଯାଇଛି । ସେପଟେ ମହାନଦୀ ବନ୍ୟା ପରିଚାଳନା ଓ ହୀରାକୁଦ ବନ୍ଧର ସୁରକ୍ଷିତ ସଞ୍ଚାଳନକୁ ନେଇ ସମ୍ବଲପୁରରେ ବସିଛି ଫ୍ଲଡ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ ଟିମର ଉଚ୍ଚସ୍ତରୀୟ ବୈଠକ । କେନ୍ଦ୍ରୀୟ ଜଳ ଆୟୋଗର ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ବରିଷ୍ଠ ଯନ୍ତ୍ରୀମାନେ ଯୋଗ ଦେଇଛନ୍ତି । ମୌସୁମୀ ସମୟରେ ହୀରାକୁଦ ବନ୍ଧର ଜଳ ପରିଚାଳନା, ନିମ୍ନମୁଣ୍ଡ ଅଞ୍ଚଳର ସୁରକ୍ଷା ଏବଂ ବନ୍ୟା ପରିସ୍ଥିତିକୁ କିପରି ଫଳପ୍ରଦ ଭାବେ ମୁକାବିଲା କରାଯିବ, ସେନେଇ ବୈଠକରେ ବିସ୍ତୃତ ଆଲୋଚନା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking