27.8 C
Bhubaneswar
Friday, July 3, 2026
Homeଦେଶ ବିଦେଶଅମରନାଥ ଯାତ୍ରା ଆରମ୍ଭ ହେବା ମାତ୍ରେ ଶ୍ରଦ୍ଧାଳୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି

ଅମରନାଥ ଯାତ୍ରା ଆରମ୍ଭ ହେବା ମାତ୍ରେ ଶ୍ରଦ୍ଧାଳୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି

ନୂଆଦିଲ୍ଲୀ: ପବିତ୍ର ଅମରନାଥ ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶର ସମସ୍ତ ଶିବଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ସେୟାର କରିଛନ୍ତି। ବାବା ବର୍ଫାନୀଙ୍କ ଏହି ପବିତ୍ର ଯାତ୍ରାକୁ ଭାରତର ଆଧ୍ୟାତ୍ମିକ ପରମ୍ପରା ଏବଂ ସାଂସ୍କୃତିକ ଏକତାର ଏକ ଅମର ଅଧ୍ୟାୟ ଭାବେ ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ। ସୋସିଆଲ ମିଡିଆ ପ୍ଲାଟଫର୍ମ ”ଏକ୍ସ”ରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ବାବା ବର୍ଫାନୀଙ୍କ ଦର୍ଶନ ସହ ଜଡ଼ିତ ଅମରନାଥ ଯାତ୍ରା ଆମ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଏବଂ ଏହି ପବିତ୍ର ଅବସରରେ ସେ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ”୫ଟି ସଂକଳ୍ପ” ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥି ସହିତ ସେ ସମସ୍ତ ଶ୍ରଦ୍ଧାଳୁଙ୍କ ଯାତ୍ରା ସୁରକ୍ଷିତ ଏବଂ ମଙ୍ଗଳମୟ ହେଉ ବୋଲି ପ୍ରାର୍ଥନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଏହା ”ଏକ ଶ୍ରେଷ୍ଠ ଭାରତ” ର ଭାବନାକୁ ଦର୍ଶାଏ, ଯେଉଁଠାରେ ବିଭିନ୍ନ ରାଜ୍ୟ, ଭାଷା ଓ ପରମ୍ପରାର ଲୋକ ଏକାଠି ହୁଅନ୍ତି। ସେ ଜାମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକଙ୍କ ଆତିଥେୟତା ଏବଂ ଯାତ୍ରାକୁ ସଫଳ କରିବାରେ ଦିନରାତି ଏକ କରିଥିବା ଭାରତୀୟ ସେନା, ସୁରକ୍ଷା ବଳ, ପୋଲିସ, ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚିଠିରେ ସେ ଶ୍ରଦ୍ଧାଳୁମାନଙ୍କୁ ପରିବେଶ ସୁରକ୍ଷା ଓ ସାମାଜିକ ବିକାଶ ପାଇଁ ୫ଟି ବିଶେଷ ସଂକଳ୍ପ ନେବାକୁ କହିଛନ୍ତି, ଯେଉଁଥିରେ ହିମାଳୟ ଅଞ୍ଚଳକୁ ସ୍ୱଚ୍ଛ ରଖିବା, ପ୍ରଶାସନର ସମସ୍ତ ସୁରକ୍ଷା ନିୟମ ମାନିବା, ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ସେଠାକାର ସାମଗ୍ରୀ କିଣିବା, ଯାତ୍ରାରୁ ଫେରିବା ପରେ ନିଜ ପ୍ରିୟଜନଙ୍କ ନାଁରେ ଗୋଟିଏ ଗଛ ଲଗାଇବା ଏବଂ ସମ୍ପୂର୍ଣ୍ଣ ଯାତ୍ରା ସମୟରେ ପରସ୍ପର ମଧ୍ୟରେ ଭାଇଚାରା ଓ ଏକତା ବଜାୟ ରଖିବା ସାମିଲ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking