27.8 C
Bhubaneswar
Friday, July 3, 2026
Homeଓଡିଶାକନ୍ଧମାଳରେ ଲଗାଣ ବର୍ଷା: ରାସ୍ତା ଅବରୋଧ ଓ ଜୀବନଯାତ୍ରା ବ୍ୟାହତ

କନ୍ଧମାଳରେ ଲଗାଣ ବର୍ଷା: ରାସ୍ତା ଅବରୋଧ ଓ ଜୀବନଯାତ୍ରା ବ୍ୟାହତ

ଭୁବନେଶ୍ୱର: ଲଘୁଚାପର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାରେ ଲାଗିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବରୁ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଥିବାବେଳେ, ଗତ ଦୁଇରୁ ତିନି ଦିନ ଧରି କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ବାଲିଗୁଡ଼ା, କ.ନୂଆଗାଁ, ରାଇକିଆ, ଜି.ଉଦୟଗିରି ଏବଂ ତୁମୁଡ଼ିବନ୍ଧ ଅଞ୍ଚଳରେ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ହୋଇଛି। ଗତକାଲି ରାତିରେ ଜାତୀୟ ରାଜପଥ-୫୯ର ମହାସିଂ ନିକଟରେ ଏକ ବିଶାଳ ବରଗଛ ଉପୁଡ଼ି ପଡ଼ିବାରୁ ପ୍ରାୟ ତିନି ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।

ଏହାଫଳରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାୟପୁର, ରାୟଗଡ଼ା ଓ ଭବାନୀପାଟଣା ଅଭିମୁଖେ ଯାଉଥିବା ଅନେକ ରାତ୍ରିକାଳୀନ ବସ୍ ରାସ୍ତାରେ ଅଟକି ରହିଥିଲା। ପରେ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ଅନ୍ୟପଟେ, ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ କିଛି ଦିନ ଯାଏଁ ବର୍ଷାର ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହ ଲୋକମାନଙ୍କୁ ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ଏବଂ ସମସ୍ତ ସୁରକ୍ଷା ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking