25.6 C
Bhubaneswar
Friday, July 3, 2026
Homeଓଡିଶାତୃତୀୟ ଦିନରେ ବି ସରକାରୀ ଡାକ୍ତରଙ୍କ ଆନ୍ଦୋଳନ

ତୃତୀୟ ଦିନରେ ବି ସରକାରୀ ଡାକ୍ତରଙ୍କ ଆନ୍ଦୋଳନ

ଭୁବନେଶ୍ୱର: ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ଜିଦରେ ଅଟଳ ଡାକ୍ତର । ତୃତୀୟ ଦିନରେ ବି ଜାରି ରହିଛି ସରକାରୀ ଡାକ୍ତରଙ୍କ ଆନ୍ଦୋଳନ । କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଭୟଙ୍କର ଭାବେ ପ୍ରଭାବିତ ହୋଇଛି ସ୍ୱାସ୍ଥ୍ୟସେବା । ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଆନ୍ଦୋଳନରେ ସାମିଲ ଥିବା ଡାକ୍ତରଙ୍କ ଦରମା କାଟିବାକୁ । ଏହାସହ ଠିକାରେ ଥିବା ଯେଉଁ ସ୍ୱାସ୍ଥ୍ୟ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ସେମାନଙ୍କୁ ବରଖାସ୍ତ କରାଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଏନେଇ ସବୁ ମେଡିକାଲ କଲେଜର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ୱେ ଜାରି ରହିଛି ରାଜ୍ୟରେ ଡାକ୍ତର ଆନ୍ଦୋଳନ । ସାରା ରାଜ୍ୟରେ କାର୍ଯ୍ୟବନ୍ଦ କରିଛନ୍ତି ଓମସା ଡାକ୍ତର । ୧୦ ଦଫା ଦାବି ନେଇ ଡାକ୍ତରମାନେ କାମ ବନ୍ଦ କରିଛନ୍ତି । ଉପକୂଳରୁ ଉପାନ୍ତ ସବୁଠି ସମାନ ଅବସ୍ଥା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking