27.2 C
Bhubaneswar
Monday, July 20, 2026
Homeଦେଶ ବିଦେଶଇରାନୀ ଡ୍ରୋନ୍ ବିସ୍ଫୋରଣରେ ଆମେରିକୀୟ ସୈନିକ ମୃତ

ଇରାନୀ ଡ୍ରୋନ୍ ବିସ୍ଫୋରଣରେ ଆମେରିକୀୟ ସୈନିକ ମୃତ

ନୂଆଦିଲ୍ଲୀ: ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ, ଉତ୍ତର ଇରାକରେ ଭୂପତିତ ହୋଇଥିବା ଏକ ଇରାନୀ “ୱାନ୍-ୱେ ଆଟାକ୍ ଡ୍ରୋନ୍”ର ଅବିସ୍ଫୋରିତ ଅଂଶକୁ ନିଷ୍କ୍ରିୟ କରିବା ବେଳେ ଜଣେ ଆମେରିକୀୟ ସୈନିକ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ଆଉ ଜଣେ ସୈନିକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଏହାପୂର୍ବରୁ ଜୋର୍ଡାନରେ ଥିବା ଆମେରିକୀୟ ସେନା ଘାଟି ଉପରେ ଇରାନର ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣରେ ଦୁଇ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଆମେରିକା ଇରାନର ସାମରିକ ଢାଞ୍ଚା, ଡ୍ରୋନ୍ ଲଞ୍ଚ ସାଇଟ୍, ମିସାଇଲ ଭଣ୍ଡାର ଏବଂ କମାଣ୍ଡ ସେଣ୍ଟରକୁ ଟାର୍ଗେଟ କରି କ୍ରମାଗତ ବାୟୁ ଆକ୍ରମଣ ଜାରି ରଖିଛି ।ଅନ୍ୟପଟେ, ଇରାନ ପକ୍ଷରୁ ମଧ୍ୟ ଆମେରିକାର ମିତ୍ର ଦେଶ ଏବଂ ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଡ୍ରୋନ୍ ଓ ମିସାଇଲ ଆକ୍ରମଣ ଜାରି ରହିଥିବା ଖବର ମିଳିଛି । ଏହି ସଂଘର୍ଷ ଯୋଗୁଁ ହର୍ମୁଜ୍ ସମୁଦ୍ର ସଂକୁଳରେ ତେଲ ପରିବହନ ବାଧାପ୍ରାପ୍ତ ହେବା ସହ ବିଶ୍ୱ ବଜାରରେ ଅଶାନ୍ତି ବଢ଼ିଛି । ଯୁଦ୍ଧର ତୀବ୍ରତା ବଢ଼ୁଥିବା ବେଳେ କୂଟନୈତିକ ସମାଧାନ ପାଇଁ ଉଦ୍ୟମ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ ସଫଳତା ମିଳିନାହିଁ । ଫଳରେ ମଧ୍ୟପ୍ରାଚ୍ୟରେ ଆଗାମୀ ଦିନରେ ପରିସ୍ଥିତି ଆହୁରି ସଙ୍କଟଜନକ ହେବାର ଆଶଙ୍କା ବଢ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking