27.2 C
Bhubaneswar
Monday, July 20, 2026
Homeଓଡିଶାଟ୍ରକ୍‌କୁ ପିଟିଲା କଣ୍ଟେନର: ୨ ମୃତ

ଟ୍ରକ୍‌କୁ ପିଟିଲା କଣ୍ଟେନର: ୨ ମୃତ

କଟକ: କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର କୁସୁନପୁର ଅଞ୍ଚଳରେ ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁଯାୟୀ, ରାସ୍ତାରେ ଯାଉଥିବା ଏକ ଟ୍ରକ୍‌କୁ ପଛପଟୁ ଏକ ଦ୍ରୁତଗାମୀ କଣ୍ଟେନର ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ କଣ୍ଟେନରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆର୍ତ୍ତନାଦ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଫସିଥିବା ଲୋକଙ୍କୁ ବାହାର କରିଥିଲେ । ତେବେ ସେତେବେଳକୁ ଦୁଇ ଜଣଙ୍କର ମୃତ୍ୟୁ ଘଟିସାରିଥିଲା ।

ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଖବର ପାଇ ନିଶ୍ଚିନ୍ତକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ କଟକ-ଚାନ୍ଦବାଲି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ କ୍ଷତିଗ୍ରସ୍ତ ଯାନବାହନକୁ ହଟାଇ ଯାତାୟାତ ସ୍ୱାଭାବିକ କରାଯାଇଥିଲା । ଏହି ଘଟଣା ପୁଣିଥରେ ରାଜପଥରେ ବେପରୁଆ ଗାଡ଼ି ଚାଳନା ଏବଂ ଦ୍ରୁତ ଗତିର ବିପଦକୁ ସାମ୍ନାକୁ ଆଣିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking