30.6 C
Bhubaneswar
Tuesday, July 21, 2026
Homeଦେଶ ବିଦେଶ୧୨ ଟା ଯାଏଁ ଲୋକସଭା ମୁଲତବି

୧୨ ଟା ଯାଏଁ ଲୋକସଭା ମୁଲତବି

ନୂଆଦିଲ୍ଲୀ: ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ଗୃହ । ଲୋକସଭା ପ୍ରଶ୍ନକାଳରେ ଆରମ୍ଭରୁ ହିଁ ଗୃହରେ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିବା ସହ ପ୍ରବଳ ହଙ୍ଗାମା କରିଥିଲେ । ଗୃହ କାର୍ଯ୍ୟସୁରୁଖୁରୁରେ ଚାଲିପାରିନଥିଲା । ଗୃହ ମଧ୍ୟ ଭାଗକୁ ଆସି ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ସହ ନାରାବାଜି କରିଥିଲେ । ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଏହି ମୌସୁମୀ ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିଛି । ଯଦି ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ଏଭଳି ହଟ୍ଟଗୋଳ ଗୃହରେ ଦେଖାଦେଉଛି, ତେବେ ଆହୁରି ୧୭ଟି ଦିନ ରହିଛି , ତେବେ ଗୃହ ଚାଲିବ ନା ଏଭଳି ମୁଲତବି ପରେ ମୁଲତବି କରାଯିବ ତାହା ସନ୍ଦେହ ଘେରରେ । ସୂଚନା ଥାଉକି, ଗତକାଲି ମଧ୍ୟ ପ୍ରଥମ ଦିନରେ ବିରୋଧୀ ପ୍ରଶ୍ନକାଳ ସମୟରେ ଗୃହରେ ହଙ୍ଗାମା କରିଥିଲେ । ପରେ ବାଚସ୍ପତି ମୁଲତବୀ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking