25 C
Bhubaneswar
Tuesday, July 21, 2026
Homeଦେଶ ବିଦେଶଦିଲ୍ଲୀ ବିକ୍ଷୋଭ: ପୁଲିସର ଭୂମିକାକୁ କଙ୍ଗନାଙ୍କ ପ୍ରଶଂସା

ଦିଲ୍ଲୀ ବିକ୍ଷୋଭ: ପୁଲିସର ଭୂମିକାକୁ କଙ୍ଗନାଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଦିଲ୍ଲୀରେ ସଂସଦ ମାର୍ଚ୍ଚକୁ ନେଇ ହୋଇଥିବା ବିକ୍ଷୋଭ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବଲିଉଡ୍ ଅଭିନେତ୍ରୀ ଓ ସାଂସଦ କଙ୍ଗନା ରଣାୱତ । ସଂସଦ ପରିସର ବାହାରେ ପ୍ରଦର୍ଶନକାରୀଙ୍କ ଭିଡ଼କୁ ନେଇ ସେ କହିଛନ୍ତି, ସେହି ସମୟରେ ସଂସଦ ଭିତରେ ଥିବା ସାଂସଦମାନେ ଭୟଭୀତ ହୋଇପଡ଼ିଥିଲେ । ଏକ ମୁହୂର୍ତ୍ତ ପାଇଁ ପ୍ରଦର୍ଶନକାରୀମାନେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା ବୋଲି କଙ୍ଗନା କହିଛନ୍ତି । କଙ୍ଗନା ଦିଲ୍ଲୀ ପୁଲିସର ଭୂମିକାକୁ ପ୍ରଶଂସା କରି କହିଛନ୍ତି, ପରିସ୍ଥିତିକୁ ଅତ୍ୟନ୍ତ ଦକ୍ଷତାର ସହ ନିୟନ୍ତ୍ରଣ କରାଯାଇଥିଲା ।ପୁଲିସ ଢାଲ ଭଳି ସୁରକ୍ଷା ଦେଇ ସାଂସଦମାନଙ୍କୁ କୌଣସି କ୍ଷତି ହେବାକୁ ଦେଇନଥିଲା ବୋଲି ସେ କହିଛନ୍ତି । ଏହାସହ କଙ୍ଗନା କହିଛନ୍ତି, ଗଣତନ୍ତ୍ରରେ ଦାବି ଉପସ୍ଥାପନ ପାଇଁ ସଂସଦ ହିଁ ଉପଯୁକ୍ତ ମଞ୍ଚ । ଆନ୍ଦୋଳନ ମାଧ୍ୟମରେ ସରକାର ଉପରେ ଚାପ ସୃଷ୍ଟି କରି କାହାକୁ ପଦରେ ରଖିବା କିମ୍ବା ହଟାଇବାର ଚେଷ୍ଟା ଉଚିତ୍ ନୁହେଁ ବୋଲି ସେ ମତ ରଖିଛନ୍ତି । ସମ୍ପ୍ରତି ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ହୋଇଥିବା ବିକ୍ଷୋଭକୁ କେନ୍ଦ୍ର କରି ରାଜନୈତିକ ତର୍କ ଜୋର ଧରିଥିବାବେଳେ, କଙ୍ଗନାଙ୍କ ଏହି ବୟାନ ଏବେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking