32 C
Bhubaneswar
Saturday, July 18, 2026
Homeଓଡିଶାଲଘୁଚାପ ସତ୍ତ୍ବେ ୫ ଜିଲାରେ ନିଅଣ୍ଟିଆ ବର୍ଷା

ଲଘୁଚାପ ସତ୍ତ୍ବେ ୫ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ବର : ଜୁନ୍ ୧ରୁ ଜୁଲାଇ ୧୭ସୁଦ୍ଧା ରାଜ୍ୟରେ ସ୍ବାଭାବିକ ୩୮୨.୮ମି.ମି. ବର୍ଷା ହେବାକୁ ଥିବା ବେଳେ ୪୪୬.୯ମି.ମି. ବର୍ଷା ହୋଲାଣି। ଏହା ସ୍ବାଭାବିକ ବର୍ଷାଠାରୁ ୧୭% ଅଧିକ। ଜୁନ ୧ରୁ ୩୦ ସୁଦ୍ଧା ରାଜ୍ୟରେ ୧୧୦.୩ମି.ମି ବର୍ଷା ହୋଇଥିଲା। ଜୁଲାଇର ୧୭ଦିନରେ ୩୩୬.୬ମି.ମି. ବର୍ଷା ହେଲାଣି। ମାସ ପୂରିବାକୁ ଆହୁରି ୧୪ ଦିନ ବାକି ରହିଛି। ଏହି ଦୁଇ ସପ୍ତାହରେ ରାଜ୍ୟରେ କେତେ ପରିମାଣ ବର୍ଷା ହେଉଛି, ତାହା ଉପରେ ପାଣିପାଗ ଓ ଜଳ ସମ୍ପଦ ବିଭାଗ ନଜର ରଖିଛି। ତେବେ ଜୁଲାଇରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ଦେବଗଡ଼, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଏବଂ ଗଜପତି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ରିପୋର୍ଟ କରୁଛି। କୋରାପୁଟ, ରାୟଗଡ଼ା, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ବର ଏବଂ ମୟୂରଭଞ୍ଜରେ ସ୍ବାଭାବିକ ବର୍ଷା ହୋଇଛି। ବଲାଙ୍ଗିର, ଅନୁଗୋଳ, ନୟାଗଡ଼, ଖୋରଧା, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ ଏବଂ କେନ୍ଦୁଝରରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି। ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ, ଢେଙ୍କାନାଳ ଏବଂ କେନ୍ଦ୍ରାପଡ଼ାରେ ସ୍ବାଭାବିକରୁ ଅତି ଅଧିକ ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking