33.4 C
Bhubaneswar
Monday, July 13, 2026
Homeଓଡିଶାନିର୍ବାହୀ ଯନ୍ତ୍ରୀଙ୍କ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌ ଠାବ

ନିର୍ବାହୀ ଯନ୍ତ୍ରୀଙ୍କ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌ ଠାବ

କୋରାପୁଟ: ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ବହୁ ମୂଲ୍ୟବାନ ସମ୍ପତ୍ତିର ସନ୍ଧାନ ମିଳିଛି।ଭିଜିଲାନ୍ସର ପ୍ରାଥମିକ ସୂଚନା ଅନୁଯାୟୀ, କୋରାପୁଟ ସହରରେ ସଞ୍ଜୟ କିସପଟ୍ଟାଙ୍କର ୨୩ କୋଠରୀ ବିଶିଷ୍ଟ ଏକ ୪ ମହଲା ଲଜ୍‌ ରହିଛି। ଏହାଛଡ଼ା କୋରାପୁଟରେ ଏକ ନିର୍ମାଣାଧୀନ କୋଠା ସହ ୫ଟି ଦାମୀ ପ୍ଲଟ୍‌ ଠାବ କରାଯାଇଛି। ସେହିପରି ରାଉରକେଲାରେ ୨ଟି ଏବଂ ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍‌ ଥିବା ଜଣାପଡ଼ିଛି। ଏହିପରି ମୋଟ ୮ଟି ପ୍ଲଟ୍‌ ତାଙ୍କ ନାମରେ ଥିବା ସୂଚନା ମିଳିଛି। ଏହା ବ୍ୟତୀତ ତାଙ୍କ ନାମରେ ଗୋଟିଏ ଚାରିଚକିଆ ଯାନ ଏବଂ ଗୋଟିଏ ଦୁଇଚକିଆ ଯାନ ଥିବା ନେଇ ମଧ୍ୟ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।ବର୍ତ୍ତମାନ ସଞ୍ଜୟଙ୍କ  ବଲାଙ୍ଗୀର ଜିଲାର ଲୋୟର ସୁକତେଲ ପ୍ରକଳ୍ପରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ସମ୍ପତ୍ତିର ପ୍ରକୃତ ମୂଲ୍ୟ ଆକଳନ, ବ୍ୟାଙ୍କ ଜମା, ବିନିଯୋଗ ଓ ଅନ୍ୟାନ୍ୟ ଦସ୍ତାବିଜର ଯାଞ୍ଚ ଭିଜିଲାନ୍ସ ପକ୍ଷରୁ ଜାରି ରହିଛି। ତଦନ୍ତ ଶେଷ ହେବା ପରେ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ଏବଂ ଆଇନଗତ ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking