ଭୁବନେଶ୍ୱର :କେଜିରୁ ପିଜି ନାମଲେଖା ଫି’ ଦ୍ଵନ୍ଦ୍ୱ । ଆଜି ଆସିବ ସ୍ଵତନ୍ତ୍ର ଏସ୍ଓପି । ଏସ୍ଓପିର ୯୯ ପ୍ରତିଶତ କାମ ଶେଷ ହୋଇଥିବା ସୂଚନା ମଳିଛି । ଫି’ ଆଦାୟ ନେଇ ଏସଓପିରେ ରହିଛି ସବିଶେଷ ତଥ୍ୟ । ଉଚ୍ଚଶିକ୍ଷା ବିଭାଗ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ଖୁବଶୀଘ୍ର ପ୍ରକାଶ ପାଇବ ଏସ୍ଓପି । ଯେଉଁମାନେ ଆଗୁଆ ପଇସା ଦେଇ ଆଡମିଶନ କରିଛନ୍ତି ସେମାନଙ୍କୁ ପଇସା ଫେରସ୍ତ ହେବ । ନାମଲେଖା ଫି ଛାଡ଼ ହେବ ।ତେବେ ପରବର୍ତ୍ତୀ ସମୟରେ ଶିକ୍ଷାନୁଷ୍ଠାନଗୁଡିକ ଅନ୍ୟ କୌଣସି ବାବଦରେ ଯେପରି କିଛି ଫି ଆଦାୟ ନ କରନ୍ତି ସେନେଇ ଗାଇଡଲାଇନରେ ସ୍ପଷ୍ଟ ହୋଇପାରେ । ଶିକ୍ଷାନୁଷ୍ଠାନ ଗୁଡିକରେ ଆଡିମିସନ ଫି ସହ ହଷ୍ଟେଲ ଫି, ଲାଇବ୍ରେରୀ ଫି, ରେଜିଷ୍ଟ୍ରେସନ ଫି, ଡେଭେଲପମେଣ୍ଟ ଫି, ପରୀକ୍ଷା ଫି ଆଦାୟ କରାଯାଇଥାଲ । ଏହି ଫି ସବୁ ଆଦାୟ ହେବ ଅବା ନାହିଁ ସେନେଇ ଏସଓପିରେ ସ୍ପଷ୍ଟ କରିବା ଜରୁରୀ ବୋଲି କହିଛନ୍ତି ଶିକ୍ଷାବିତ ।










