33.4 C
Bhubaneswar
Monday, July 13, 2026
Homeଦେଶ ବିଦେଶବାଲେନଶାହଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ଜେନ୍-ଜି

ବାଲେନଶାହଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ଜେନ୍-ଜି

ନେପାଳ:ନେପାଳରେ ପୁଣି ଜୋର ଧରିଛି ଜେନ-ଜି ବିଦ୍ରୋହ। ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ଯୁବକ । ସ୍ଥିତି ଏପରି ହୋଇଛି ଯେ, ମାତ୍ର ତିନି ଦିନ ମଧ୍ୟରେ ତିନି ଜଣ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମଦାହ ଉଦ୍ୟମ କରିଥିବା ଦାବି କରାଯାଉଛି । ଏହି ଭୟଙ୍କର କାଣ୍ଡ ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ, ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଉ ଏହି ଘଟଣା ପରେ ନେପାଳର ରାଜନୀତି ସରଗରମ ହୋଇଛି। ଦିନେ ଦୁର୍ନୀତି ଓ ସ୍ୱଜନପ୍ରୀତି ବିରୋଧୀ ଜନଆନ୍ଦୋଳନର ମୁଖ୍ୟ ଚେହେରା ସାଜିଥିଲେ ବାଲେନ ଶାହ । କ୍ଷମତାକୁ ଆସିବା ପରେ ସେ ଦେଶରେ ବଡ଼ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇଥିଲେ ।

ଯୁବବର୍ଗଙ୍କ ପାଇଁ ଚାକିରି ସୃଷ୍ଟି, ଦୁର୍ନୀତି ଦୂରୀକରଣ ଓ ସୁଶାସନର ପ୍ରତିଶ୍ରୁତି ଦେଇ ସେ ବ୍ୟାପକ ସମର୍ଥନ ହାସଲ କରିଥିଲେ  କିନ୍ତୁ ସରକାର ଗଠନର ଏକ ବର୍ଷ ପୂରଣ ପୂର୍ବରୁ ହିଁ ଯୁବବର୍ଗଙ୍କ ଆଶା ଭାଙ୍ଗିଥିବା ଅଭିଯୋଗ ହୋଇଛି । ଜେନ-ଜି ନେପାଳ ସଂଗଠନର ଅଭିଯୋଗ, ସରକାର ଯୁବକଙ୍କ ପାଇଁ ରୋଜଗାର ଓ ଆୟ ବୃଦ୍ଧି ସମ୍ପର୍କିତ କୌଣସି ପ୍ରଭାବଶାଳୀ ପଦକ୍ଷେପ ନେଇନାହାନ୍ତି । ଏପରିକି ବଜେଟ୍ ଓ ସରକାରୀ ନୀତିରେ ମଧ୍ୟ ଯୁବବର୍ଗଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ସେପଟେ କ୍ରମାଗତ ଆତ୍ମଦାହ ଉଦ୍ୟମ ଘଟଣା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ, ବିରୋଧୀ ନେପାଳୀ କଂଗ୍ରେସ ଏହାକୁ ନେଇ ତୀବ୍ର ଆକ୍ରମଣ କରିଛି । ୨୦୨୩ରେ ପ୍ରେମ ଆଚାର୍ୟ୍ୟ ନାମକ ଜଣେ ଯୁବକଙ୍କ ଆତ୍ମଦାହ ପରେ ସେତେବେଳର କାଠମାଣ୍ଡୁ ମେୟର ଥିବା ବାଲେନ ଶାହ ତତ୍କାଳୀନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking