କଟକ: କଟକରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା । ଉଚ୍ଛେଦ ବେଳେ ଉଠା ଦୋକାନୀ ଓ ସିଏମ୍ସି ଏନଫୋର୍ସମେଣ୍ଟ ଟିମ୍ ଭିତରେ ଗଣ୍ଡଗୋଳ । କଟକ ମହାନଗର ନିଗମ ପକ୍ଷରୁ ସିଡିଏ ୧୧ ନମ୍ବର ରେ ଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ ସମୟରେ ଏଭଳି ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ଫେସ୍-ଟୁ ଥାନା ପୁଲିସ ପହଁଚିଛି । ଉଠା ଦୋକାନୀ ମାନେ ଏନଫୋର୍ସମେଣ୍ଟ ଟିମ୍ର କିଛି ଅଧିକାରୀଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ସେପଟେ ଦୋକାନ ଉଚ୍ଛେଦ ପାଇଁ ସିଏମସି ପକ୍ଷରୁ ଆଗୁଆ କୌଣସି ନୋଟିସ ଦିଆ ଯାଇ ନଥିବା ଅଭିଯୋଗ ହୋଇଛି । ହଠାତ୍ ଆସି ଦୋକାନକୁ ଭାଙ୍ଗିବା ଆରମ୍ଭ କରିଥିଲେ ସିଏମସି ଏନଫୋର୍ସମେଣ୍ଟ ଟିମ୍ । ପାଖାପାଖି ୪ ଲକ୍ଷ ଟଙ୍କାରୁ ଅଧିକ ସାମଗ୍ରୀ ରହିଥିଲା ଦୋକାନରେ । ଉଚ୍ଛେଦ ବେଳେ ପାଟିତୁଣ୍ଡ ହୋଇଥିବା ଦୋକାନୀ କହିଛନ୍ତି ।










