30 C
Bhubaneswar
Wednesday, July 8, 2026
Homeଓଡିଶାଆବର୍ଜନା ପାହାଡ଼ ତଳେ ଚାପି ହେଲା ବିଲ୍ଡିଂ: ୧୬ ଫସିଲେ

ଆବର୍ଜନା ପାହାଡ଼ ତଳେ ଚାପି ହେଲା ବିଲ୍ଡିଂ: ୧୬ ଫସିଲେ

ପୁଣେ: ମହାରାଷ୍ଟ୍ର ପୁଣେର ପିମ୍ପ୍ରି ଚିଞ୍ଚୱାଡ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ବର୍ଷା ଯୋଗୁଁ ସେଠାରେ ଥିବା ବର୍ଜ୍ୟବସ୍ତୁର ଏକ ବିରାଟ ପାହାଡ଼(ଡମ୍ପିଂ ୟାର୍ଡ) ହଠାତ୍ ଭୁଶୁଡ଼ି ପଡ଼ିଛି। ଏହି ବର୍ଜ୍ୟବସ୍ତୁ ଗଦା ପାର୍ଶ୍ୱବର୍ତ୍ତୀ ଏକ ତିନି ମହଲା କୋଠା ଉପରେ ଅଜାଡ଼ି ହୋଇପଡ଼ିବାରୁ ସମ୍ପୂର୍ଣ୍ଣ ବିଲ୍ଡିଂଟି ଭାଙ୍ଗି ମାଟିରେ ମିଶିଯାଇଛି ଏବଂ କୋଠା ଭିତରେ ଅତିକମରେ ୧୬ ଜଣ କର୍ମଚାରୀ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭଙ୍ଗା କୋଠାର ଆବର୍ଜନା ତଳେ ଚାପି ହୋଇ ରହିଥିବା ୧୬ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ପ୍ରୟାସ କରାଯାଉଛି।ପିମ୍ପ୍ରି ଚିଞ୍ଚୱାଡ୍ ମ୍ୟୁନିସିପାଲିଟି କର୍ପୋରେସନ୍ କମିଶନର ବିଜୟ ସୂର୍ଯ୍ୟବଂଶୀଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ମୋଶୀ ଅଞ୍ଚଳରେ ଘଟିଛି। ଉକ୍ତ କୋଠାଟି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରୁଥିବା ଏକ ଘରୋଇ ସଂସ୍ଥାର ପ୍ରଶାସନିକ କାର୍ଯ୍ୟାଳୟ ଭାବେ ବ୍ୟବହୃତ ହେଉଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗତ କିଛି ଦିନ ଧରି ଚାଲିଥିବା ଲଗାତାର ବର୍ଷା ଯୋଗୁଁ ଆବର୍ଜନା ପାହାଡ଼ର ମାଟି ଅଲଗା ହୋଇ ଢିଲା ହୋଇଯାଇଥିଲା, ଯାହାଫଳରେ ଏହି ଅଘଟଣ ଘଟିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking