30.1 C
Bhubaneswar
Wednesday, August 19, 2026
Homeଓଡିଶାବୁଲା କୁକୁରଙ୍କ କାମୁଡ଼ାରେ ୪ ଜଣ ଆହତ

ବୁଲା କୁକୁରଙ୍କ କାମୁଡ଼ାରେ ୪ ଜଣ ଆହତ

ମୟୁରଭଞ୍ଜ : ଉଦଳା ବଜାରରେ ବୁଲା କୁକୁର ଆତଙ୍କ । ରାସ୍ତାରେ ଯାଉଥିବା ଲୋକଙ୍କୁ ଅଚାନକ ଆକ୍ରମଣ କରୁଛନ୍ତି ବୁଲା କୁକୁର । କୁକୁର କାମୁଡ଼ାରେ ୪ ଜଣ ପଥଚାରୀ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଉଦଳା ସତସଙ୍ଗ ଛକ ଓ ପରିବା ବଜାର ଛକ ନିକଟରେ ଏକାଧିକ ବୁଲା କୁକୁର ଘୁରି ବୁଲୁଛନ୍ତି । ଏହି ସମୟରେ ବିଭିନ୍ନ ଅଞ୍ଚଳରୁ ଉଦଳା ବଜାରକୁ ଆସୁଥିବା ଲୋକଙ୍କୁ ଅଚାନକ ଆକ୍ରମଣ କରିଥିଲେ କୁକୁର । କୁକୁରଙ୍କ ଆକ୍ରମଣରେ ବିଭିନ୍ନ ସ୍ଥାନର ୪ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଉଦଳା ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ସେମାନଙ୍କର ଚିକିତ୍ସା କରାଯାଇଛି ।

ତେବେ ବଜାର ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ବିଶେଷକରି ଛୋଟ ପିଲା, ବୟସ୍କ ଓ ଏକାକୀ ଯାତାୟାତ କରୁଥିବା ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ବୁଲା କୁକୁରଙ୍କ ଆତଙ୍କ ରୋକିବା ସହ ଲୋକଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଉଦଳାବାସୀ ଦାବି କରିଛନ୍ତି । ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଏ ଦିଗରେ ଶୀଘ୍ର ବ୍ୟବସ୍ଥା ନେବାକୁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking