ଭୁବନେଶ୍ୱର : ଅନଲାଇନ୍ ଟାକ୍ସି ଚାଳକଙ୍କ ଆନ୍ଦୋଳନ ବେଳେ ଉପୁଜିଥିବା ଉତ୍ତେଜନା ଓ ହିଂସାକାଣ୍ଡ ଘଟଣାରେ ବଡ଼ ଆକ୍ସନ୍ ନେଇଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ୫୦ରୁ ଅଧିକ ଓଲା, ଉବେର ଓ ରାପିଡୋ ଚାଳକଙ୍କୁ ଗିରଫ କରାଯାଇଛି। ଆନ୍ଦୋଳନ ସମୟରେ ପୋଲିସ ଉପରକୁ ଢେଲାପଥର ମାଡ଼ ସହ ବସ୍ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ରହିଛି।
ଆନ୍ଦୋଳନ ବେଳେ ପରିସ୍ଥିତି ହଠାତ୍ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଆନ୍ଦୋଳନକାରୀମାନେ ପୋଲିସକୁ ଢେଲାପଥର ମାଡ଼ କରିବା ସହ ସରକାରୀ ବସ୍କୁ ଟାର୍ଗେଟ୍ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଖଣ୍ଡଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀଙ୍କ ଭଙ୍ଗାରୁଜାରେ ୧୪ଟି ‘ଆମ ବସ୍’ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବସ୍ଗୁଡ଼ିକ ଉପରେ ଆକ୍ରମଣ ଏବଂ ପୋଲିସ ଉପରକୁ ପଥରମାଡ଼ ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ବଢ଼ାଯାଇଥିଲା।ଘଟଣାକୁ ଗୁରୁତ୍ୱର ସହ ନେଇ କମିଶନରେଟ୍ ପୋଲିସ ଆନ୍ଦୋଳନରେ ସାମିଲ ଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ୫୦ରୁ ଅଧିକ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବାବେଳେ ଘଟଣାରେ ଆହୁରି କିଏ କିଏ ସାମିଲ ଥିଲେ, ସେନେଇ ତଦନ୍ତ ଜାରି ରହିଛି।










