ପୁରୀ: ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭୁବନେଶ୍ବର-ପୁରୀ ୩୧୬ ନଂ ଜାତୀୟ ରାଜପଥରେ ଅସମ୍ଭାଳ ଭିଡ଼। ପୁରୀରେ ଶ୍ରଦ୍ଧାଳୁ ଓ ଗାଡ଼ିଗୁଡ଼ିକର ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଟ୍ରାଫିକ କଣ୍ଟ୍ରୋଲ ରୁମ୍ ପକ୍ଷରୁ ଜାରି ସୂଚନା ଅନୁସାରେ, ଭୁବନେଶ୍ୱର ପଟୁ ପୁରୀ ଆସୁଥିବା ସମସ୍ତ ଗାଡ଼ିର ଗତିପଥକୁ ବଦଳାଇ ଦିଆଯାଇଛି ।ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ସମସ୍ତ ଗାଡ଼ିକୁ ମାଳତୀପାଟପୁର ଫ୍ଲାଇଓଭର ଦେଇ ତାଳବଣିଆ ଆଡ଼କୁ ପଠାଯାଉଛି । ଅସମ୍ଭାଳ ଭିଡ଼ କାରଣରୁ ମାଳତୀପାଟପୁର ଠାରେ ପ୍ରବଳ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଛି। ଗାଡ଼ିଗୁଡ଼ିକୁ ଅତିକ୍ରମ କରିବା ପାଇଁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗୁଛି । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଏହି ଟ୍ରାଫିକ ସମସ୍ୟା ଏବଂ ସମୟକୁ ଦୃଷ୍ଟିରେ ରଖି ନିଜର ପୁରୀ ଯାତ୍ରା ନେଇ ପ୍ଲାନ୍ ପ୍ରସ୍ତୁତ କରିବାକୁ ଅନୁରୋଧ କରାଯାଇଛି ।










