ନୂଆଦିଲ୍ଲୀ : ଭାରତର ପ୍ରଥମ ବେସରକାରୀ ରକେଟ୍ ବିକ୍ରମ-୧ ଆଜି ଲଂଚ ହୋଇଛି । ସ୍କାଏରୁଟ୍ ଏରୋସ୍ପେସର ‘ମିସନ୍ ଆଗମନ’ ଅନ୍ତର୍ଗତ ପ୍ରଥମ ଘରୋଇ କ୍ଷେତ୍ରର ରକେଟ ‘ବିକ୍ରମ-୧’ର ଉତ୍କ୍ଷେପଣକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି ରଖାଯାଇଥିଲା । ସ୍ଥଗିତ ରହିବାର ୩୦ ମିନିଟ ପରେ ଉତକ୍ଷେପଣ ସଫଳ ହୋଇଛି । ଆଜି ମଧ୍ୟାହ୍ନ ୧୨ଟା ୫ରେ ଘରୋଇ ସଂସ୍ଥା ସ୍କାଏରୁଟ ଏରୋସ୍ପେଶ ପକ୍ଷରୁ ଏହି ରକେଟ ଲଂଚ କରାଯାଇଛି । ମିଶନ ଆଗମନ ଜରିଆରେ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଛି । ଏହା ଭାରତର ବେସରକାରୀ ମହାକାଶ ଯାତ୍ରାକୁ ନୂଆ ଉଚ୍ଚତା ଦେବ । ବିକ୍ରମ-୧ ହେଉଛି ଭାରତର ପ୍ରଥମ ବେସରକାରୀ କମ୍ପାନୀ ଦ୍ୱାରା ବିକଶିତ ରକେଟ୍, ଯାହା ଉପଗ୍ରହଗୁଡ଼ିକୁ କକ୍ଷପଥରେ ସ୍ଥାପନ କରିବା ପାଇଁ ଡିଜାଇନ୍ କରାଯାଇଛି ।
ଏହା ସରକାରୀ-ନେତୃତ୍ୱରୁ ଶିଳ୍ପ-ନେତୃତ୍ୱ ମହାକାଶ ମିଶନକୁ ରୂପାନ୍ତରିତ କରିବାର ଏକ ବଡ଼ ମାଇଲଖୁଣ୍ଟ। ଏହା ଭାରତୀୟ ବେସରକାରୀ କମ୍ପାନୀ ଦ୍ୱାରା କକ୍ଷପଥରେ ପହଞ୍ଚିବାର ପ୍ରଥମ ପ୍ରୟାସ। ବିକ୍ରମ-୧ ହେଉଛି ଭାରତର ପ୍ରଥମ ସମ୍ପୂର୍ଣ୍ଣ କାର୍ବନ୍ କମ୍ପୋଜିଟ୍ ରକେଟ୍। ଏହି ଉପାଦାନ ପାରମ୍ପରିକ ଷ୍ଟିଲ୍ ଠାରୁ ହାଲୁକା, ଶକ୍ତିଶାଳୀ ଏବଂ ଉନ୍ନତ କରେ। ବିକ୍ରମ-୧ ଅର୍ବିଟାଲ୍ ଆଡଜଷ୍ଟମେଣ୍ଟ ମଡ୍ୟୁଲ୍ ଏକ ଶତପ୍ରତିଶତ ୩ଡି-ପ୍ରିଣ୍ଟେଡ୍ ଲିକ୍ୱିଡ୍ ଇଞ୍ଜିନ୍ ଦ୍ୱାରା ଚାଳିତ। ଏହା ଭାରତୀୟ କକ୍ଷପଥ ଉତକ୍ଷେପଣ ଯାନରେ ପ୍ରଥମ ଥର ବ୍ୟବହୃତ ହେଉଛି। ମିଶନ ଆଗମନ ଏକ କାର୍ଡ୍ ନେଇ ମହାକାଶକୁ ଯାତ୍ରା କରିବ। ଏହି କାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା ଏବଂ ‘ବନ୍ଦେ ମାତରମ୍’ବାର୍ତ୍ତା ଅଛି। ଏଥିସହିତ ଏଥିରେ ବିଶ୍ୱର ସମର୍ଥକଙ୍କ ଶୁଭେଚ୍ଛା ରହିଛି ।










