30.6 C
Bhubaneswar
Thursday, July 16, 2026
Homeଦେଶ ବିଦେଶଆମେ ଟ୍ରମ୍ପଙ୍କୁ ମାରିବୁ

ଆମେ ଟ୍ରମ୍ପଙ୍କୁ ମାରିବୁ

ୱାଶିଂଟନ୍: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ମହାସମର ଏବେ ଅତି ଭୟାନକ ସ୍ତରରେ ପହଞ୍ଚିଛି। ଇରାନର ରାଜଧାନୀ ତେହେରାନର ଏକ ପ୍ରମୁଖ ଛକ ‘ଏଙ୍ଗେଲାବ ସ୍କୋୟାର’ରେ ଏକ ବିଶାଳ ବିଲବୋର୍ଡ ଲଗାଯାଇଛି, ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଳା କଫିନ୍ ଭିତରେ ଶୋଇଥିବାର ଦୃଶ୍ୟ ଚିତ୍ରିତ କରାଯାଇଛି।ଏହି ବିଲବୋର୍ଡରେ ପାର୍ସୀ ଏବଂ ଇଂରାଜୀ ଭାଷାରେ “ଆମେ ଟ୍ରମ୍ପଙ୍କୁ ହତ୍ୟା କରିବୁ”ବୋଲି ଏକ ଖୋଲା ଚେତାବନୀ ଲେଖାଯାଇଛି। ଆମେରିକାର ୧୦୦୦ରୁ ଅଧିକ ମିସାଇଲ୍ଏବେ ଇରାନ ଆଡ଼କୁ ମୁହାଁଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଏବଂ ଆବଶ୍ୟକ ପଡ଼ିଲେ ହଜାର ହଜାର ମିସାଇଲ୍ ତୁରନ୍ତ ମାଡ଼ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥିସହ ସେନାକୁ ସୁଟ୍-ଅନ୍-ସାଇଟ୍ ବା ପ୍ରତିଶୋଧମୂଳକ ଆକ୍ରମଣ ପାଇଁ ପୂର୍ବରୁ ଆଦେଶ ଦିଆଯାଇ ସାରିଛି। ଉଭୟ ଦେଶ ମଧ୍ୟରେ ପ୍ରାୟ ମାସେ ତଳେ ଶାନ୍ତି ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲେ ହେଁ, ବର୍ତ୍ତମାନର ସ୍ଥିତି ମଧ୍ୟପ୍ରାଚ୍ୟରେ ଏକ ମହାଯୁଦ୍ଧର ସୂତ୍ରପାତ କରିବା ଆଶଙ୍କା ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking