28.2 C
Bhubaneswar
Thursday, July 16, 2026
Homeଓଡିଶାଆରମ୍ଭ ହେଲା ରଥଟଣା: ଗଡ଼ିଲା ବଳଭଦ୍ରଙ୍କ ରଥ

ଆରମ୍ଭ ହେଲା ରଥଟଣା: ଗଡ଼ିଲା ବଳଭଦ୍ରଙ୍କ ରଥ

ପୁରୀ : ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଏବେ ଭକ୍ତିର ମହାସମୁଦ୍ରରେ ପରିଣତ ହୋଇଛି। ମହାପ୍ରଭୁଙ୍କ ପହଣ୍ଡି ବିଜେ ଓ ଛେରାପହଁରା ନୀତି ପରେ ରଥଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡର ସିଂହଦ୍ୱାର ନିକଟରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଆଜି ଏକାଠି ହୋଇଛି ।ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ—ତିନି ରଥକୁ ସଜାଇବା ପରେ ଶ୍ରଦ୍ଧାଳୁମାନେ ରଥ ରସି ଧରିବାକୁ ବ୍ୟାକୁଳ ହୋଇଉଠିଛନ୍ତି । ‘ଜୟ ଜଗନ୍ନାଥ’, ‘ହରିବୋଲ’ ଓ ‘ହୁଳହୁଳି’ ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହେଉଛି । ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହେବା ମାତ୍ରେ ଲକ୍ଷ ଲକ୍ଷ ହାତ ରସିକୁ ଧରି ଠାକୁରଙ୍କୁ ବଡ଼ଦାଣ୍ଡରେ ଗଡ଼ାଇ ନେଉଛନ୍ତି ।ରଥ ଟଣା ହେବା ସମୟରେ ପରିବେଶ ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇପଡ଼ିଛି । ବର୍ଷା ଓ ଖରାକୁ ଭୃକ୍ଷେପ ନକରି ଭକ୍ତମାନେ ମହାପ୍ରଭୁଙ୍କ ରଥ ସାମ୍ନାରେ ନାଚି ଗାଇ ଆଗେଇ ଚାଲିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking