28.3 C
Bhubaneswar
Friday, July 17, 2026
Homeଦେଶ ବିଦେଶସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍‌: ୩ ଛାତ୍ର ମୃତ

ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍‌: ୩ ଛାତ୍ର ମୃତ

ମୁର୍ସିିଦାବାଦ‌: ପଶ୍ଚିମବଙ୍ଗରେ ଏକ ଦୁଃଖଦ ଘଟଣାକ୍ରମରେ ମୁର୍ସିଦାବାଦ ଜିଲ୍ଲାର ଆଜିମଗଞ୍ଜ-କଟୱା ସେକ୍ସନର କର୍ଣ୍ଣସୁବର୍ଣ୍ଣ ଷ୍ଟେସନ ଓ ଗୋବିନ୍ଦପୁର ରେଳ ଫାଟକ ମଧ୍ୟରେ ଶୁକ୍ରବାର ଏକ ଲୋକାଲ ଟ୍ରେନ ସ୍କୁଲ ଭ୍ୟାନ୍‌କୁ ଧକ୍କା ଦେବାରୁ ତିନି ଜଣ ସ୍କୁଲ ଛାତ୍ର ଓ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସକାଳ ୭ଟାରେ ହୋଇଥିଲା। ଅନ୍ୟ ଚାରି ଜଣ ଛାତ୍ର ଓ ଭ୍ୟାନ୍‌ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ, ନିମତିତା-କାଟୱା ଲୋକାଲ୍ ଟ୍ରେନ୍ ଡାଉନ୍ ଲାଇନରେ ଯାତ୍ରା କରୁଥିବା ସମୟରେ ଏକ ଖୋଲା ଲେଭଲ୍ କ୍ରସିଂରେ ସ୍କୁଲ ଭ୍ୟାନକୁ ଧକ୍କା ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଅନୁଯାୟୀ ହାଓଡ଼ା ଯାଉଥିବା ନବଦ୍ୱୀପ ଏକ୍ସପ୍ରେସ୍ ଅପ୍ ଲାଇନ ଦେଇ ଯିବା ପରେ ଗୋବିନ୍ଦପୁର ରେଳ ଫାଟକ ଖୋଲା ରହିଥିଲା। ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଭ୍ୟାନ୍‌ ଓ ଜଣେ ସାଇକେଲ ଆରୋହୀ ଫାଟକ ଖୋଲା ଥିବାରୁ ସେହି ରାସ୍ତା ଦେଇ ରେଳଲାଇନ ପାର ହେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଆସୁଥିବା ଲୋକାଲ ଟ୍ରେନ୍ ସ୍କୁଲ ଭ୍ୟାନକୁ ଧକ୍କା ଦେଇଥିଲା। ଟ୍ରେନ୍‌ ଧକ୍କାରେ ଭ୍ୟାନଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ସ୍ଥାନୀୟ ବାସିନ୍ଦାମାନେ ଗାଡ଼ିରୁ ଆହତମାନଙ୍କୁ ବାହାର କରିଥିଲେ। ଆହତମାନଙ୍କୁ ପ୍ରଥମେ କର୍ଣ୍ଣସୁବର୍ଣ୍ଣ ବ୍ଲକ ହସ୍ପିଟାଲକୁ ନିଆଯାଇଥିଲା ଓ ପରେ ଗୁରୁତର ଅବସ୍ଥାରେ ଥିବା ଲୋକଙ୍କୁ ମୁର୍ସିଦାବାଦ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଓ ରେଳ କର୍ତ୍ତୃପକ୍ଷ ଉଭୟ ପୃଥକ ଭାବରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking