28.3 C
Bhubaneswar
Friday, July 17, 2026
Homeଓଡିଶାବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡିକୁ ନେଇ ବର୍ଷିଲେ ଭକ୍ତ

ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡିକୁ ନେଇ ବର୍ଷିଲେ ଭକ୍ତ

ଭୁବନେଶ୍ବର: ବିନା ଟାହିଆରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଘଟଣାକୁ ନେଇ ରାଜନୀତି ଜୋର ଧରିଲାଣି । ପରମ୍ପରା ଭଙ୍ଗକୁ ନେଇ ଭକ୍ତ ଓ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପହଣ୍ଡି ବେଳେ ଟାହିଆ ମହାପ୍ରଭୁଙ୍କ ଶୋଭା ବୃଦ୍ଧି କରିଥାଏ । ବିନା ଟାହିଆରେ ମହାପ୍ରଭୁ ରଥାରୂଢ଼ ହେବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ ପାଇଛି ।ବିରୋଧୀ ବିଜେଡି ଏହାକୁ ସରକାରୀ ଅବ୍ୟବସ୍ଥା ଏବଂ ଓଡ଼ିଆ ଅସ୍ମିତା ଉପରେ ଆକ୍ରମଣ ବୋଲି ଦର୍ଶାଇ ଶାସକ ଦଳକୁ ଟାର୍ଗେଟ୍ କରିଥିବା ବେଳେ କ୍ଷୋଭ ପ୍ରକାଶ କରି ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଟାହିଆ ହଟାଇବାକୁ କିଏ ପରାମର୍ଶ ଦେଲା ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଜଗନ୍ନାଥଙ୍କ ଆଖିରେ କାଲି ଲୁହ ଥିଲା । ମନ୍ଦିର ଭିତରୁ ବାହାରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଛି । ବିନା ଟାହିଆରେ ରହି ରହି ଆସିଛନ୍ତି ମହାପ୍ରଭୁ । ଜଗନ୍ନାଥଙ୍କୁ ଶ୍ରୀହୀନ କରି ଲୋକଙ୍କ ପାଖକୁ ଆଣିବାର କ’ଣ ଆବଶ୍ୟକତା ଥିଲା ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ ପ୍ରହାର ହୋଇଛି । ଅପାରଗତା ପାଇଁ ଜାଣିଶୁଣି ଟାହିଆ ହଟାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking