32.1 C
Bhubaneswar
Monday, July 13, 2026
Homeଓଡିଶାବିଜେପିର ଦଳୀୟ ଶୋଭାଯାତ୍ରାରେ ଶିଶୁ ସାମିଲ ହେବା ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ସୁରକ୍ଷା ଅଧିକାର...

ବିଜେପିର ଦଳୀୟ ଶୋଭାଯାତ୍ରାରେ ଶିଶୁ ସାମିଲ ହେବା ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ସୁରକ୍ଷା ଅଧିକାର ଆୟୋଗର
ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ଭୁବନେଶ୍ୱର : ବିଜେପି ନିଜର ରାଜନୈତିକ ଫାଇଦା ହାସଲ ପାଇଁ ଶିଶୁ ମାନଙ୍କୁ ମଧ୍ୟ ଛାଡୁନାହିଁ । ରାଜନୈତିକ ଶୋଭାଯାତ୍ରାରେ ଶିଶୁ ମାନଙ୍କୁ ସାମିଲ୍ କରୁଛି ବିଜେପି । ବିଜେପି ଦଳର ଶୀର୍ଷ ନେତୃମଣ୍ଡଳୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ହସ୍ତକ୍ଷେପ ଲୋଡ଼ିଛି ବିଜେଡି ପ୍ରତିନିଧି ମଣ୍ଡଳୀ । ଗତ ୧୨ ଜୁଲାଇରେ ଭୁବନେଶ୍ୱର ଠାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେପିରେ ଯୋଗଦେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆୟୋଜିତ ରାଜନୈତିକ ଶୋଭାଯାତ୍ରାରେ ଶିଶୁଙ୍କୁ ସାମିଲ୍ କରାଯାଇଛି । ବିଜେପି ନିଜର ଦଳୀୟ ପ୍ରଚାର ଓ ପ୍ରସାର ପାଇଁ ଶିଶୁ ମାନଙ୍କୁ ମଧ୍ୟ ଛାଡୁନାହିଁ । କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରାରେ ନାବାଳକ ଶିଶୁ ମାନଙ୍କୁ ବ୍ୟବହାର କରାଯାଇଛି । ସେମାନଙ୍କୁ ଦଳୀୟ ଟୋପି, ଉତ୍ତରୀୟ ପିନ୍ଧାଇ ଦଳୀୟ ପତାକା, ପ୍ଲାକାର୍ଡ ଏବଂ ବ୍ୟାନର୍ ଧରାଇଥିଲା ବିଜେପି । ଏହା ଶିଶୁ ମାନଙ୍କ ଅଧିକାର ଏବଂ ସୁରକ୍ଷାକୁ ବିପନ୍ନ କରୁଛି, ଯାହାକି ଅତ୍ୟନ୍ତ ଚିନ୍ତାଜନକ ବୋଲି ବିଜେଡି କହିଛି ।ଏନେଇ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗ (ଙଝଉଚଉଜ)ର ଅଧ୍ୟକ୍ଷା ବବିତା ପାତ୍ରଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଘଟଣାର ତଦନ୍ତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ନୋଟିସ୍ ଜାରି କରିବାକୁ ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ରାଜନୈତିକ ଶୋଭାଯାତ୍ରା ଓ କାର୍ଯ୍ୟକ୍ରମରେ ପିଲା ମାନଙ୍କୁ ସାମିଲ କରାଯାଇଥିବାରୁ ଆୟୋଗର ତୁରନ୍ତ ହସ୍ତକ୍ଷେପ ଏବଂ ଶିଶୁ ଅଧିକାର ସୁରକ୍ଷା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରିବାକୁ ବିଜେଡି ପ୍ରତିନିଧି ମଣ୍ଡଳୀ ଦାବି କରିଛି ।ବିଜେଡି ପ୍ରତିନିଧି ମଣ୍ଡଳୀରେ ସୁମିତ୍ରା ଜେନା, ପୁଷ୍ପାଞ୍ଜଳି ରଣା, ଜ୍ୟୋତ୍ସ୍ନାମୟୀ ପରିଡ଼ା, ବନଜା ମହାନ୍ତି, ଈଲା ସ୍ୱାଇଁ, ଅଂଶୁ ତ୍ରିପାଠୀ, ଭାଗ୍ୟଶ୍ରୀ ଜେନା ଏବଂ ଡ଼ ପ୍ରିୟବ୍ରତ ମାଝୀ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking