32.1 C
Bhubaneswar
Monday, July 13, 2026
Homeଓଡିଶାବାଲେଶ୍ୱର କୋର୍ଟକୁ ପୁଣିଥରେ ବୋମା ଧମକ

ବାଲେଶ୍ୱର କୋର୍ଟକୁ ପୁଣିଥରେ ବୋମା ଧମକ

ବାଲେଶ୍ୱର: ବାଲେଶ୍ୱର କୋର୍ଟକୁ ପୁଣିଥରେ ବୋମା ଧମକ ମିଳିଛି। କୋର୍ଟ ପରିସରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇ ଏକ ଇ-ମେଲ୍ ଆସିବା ପରେ ସମଗ୍ର କୋର୍ଟ ପରିସରରେ ଆତଙ୍କ ଓ ହଇଚଇ ସୃଷ୍ଟି ହୋଇଥିଲା। ପ୍ରଶାସନ ତୁରନ୍ତ ସତର୍କତା ଅବଲମ୍ବନ କରି କୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା।ଖବର ପାଇବା ପରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୋଲିସ ବଳ ପହଞ୍ଚି ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଥିଲେ। କୋର୍ଟ ପରିସରର ପ୍ରତ୍ୟେକ ସ୍ଥାନକୁ ଯାଞ୍ଚ କରାଯାଉଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।ଉଲ୍ଲେଖଯୋଗ୍ୟ ଯେ, ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ବାଲେଶ୍ୱର କୋର୍ଟକୁ ଏଭଳି ବୋମା ଧମକ ମିଳିଥିଲା। ବାରମ୍ବାର ଏପରି ଧମକ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା ଓ କୋର୍ଟର କାର୍ଯ୍ୟ ପରିଚାଳନାକୁ ନେଇ ଚିନ୍ତା ବଢ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking