28.9 C
Bhubaneswar
Saturday, July 11, 2026
Homeଦେଶ ବିଦେଶଭାରତୀୟ ନୌସେନାରେ ସାମିଲ ହେଲା 'INS ମହେନ୍ଦ୍ରଗିରି'

ଭାରତୀୟ ନୌସେନାରେ ସାମିଲ ହେଲା ‘INS ମହେନ୍ଦ୍ରଗିରି’

ବିଶାଖାପାଟଣା: ଭାରତୀୟ ନୌସେନାରେ ସାମିଲ ହେଲା ‘INS ମହେନ୍ଦ୍ରଗିରି’ । ହିନ୍ଦ ମହାସାଗର ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବଢୁଥିବା ରଣନୀତିକ ତିକ୍ତତା ଓ ଗ୍ଲୋବାଲ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଶନିବାର ବିଶାଖାପାଟଣା ନେଭାଲ ଡକୟାର୍ଡଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତ୍ୟାଧୁନିକ ଷ୍ଟିଲ୍‌ଥ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ ‘INS ମହେନ୍ଦ୍ରଗିରି’ (F-38) କୁ ଭାରତୀୟ ନୌସେନାରେ ସାମିଲ କରିଛନ୍ତି । INS ମହେନ୍ଦ୍ରଗିରି ହେଉଛି ଏକ ‘ନୀଳଗିରି-କ୍ଲାସ’ ଷ୍ଟିଲ୍‌ଥ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ । ଏହାକୁ ଇଣ୍ଡିଆନ୍ ନେଭିର ‘ୱାରସିପ୍ ଡିଜାଇନ୍ ବ୍ୟୁରୋ’ ଡିଜାଇନ୍ କରିଥିବା ବେଳେ ମୁମ୍ବାଇର ‘ମାଝାଗାଓଁ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍’ ଏହାର ନିର୍ମାଣ କରିଛି । ଏହି ଯୁଦ୍ଧପୋତରେ ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ସରଞ୍ଜାମ ଓ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି, ଯାହା ବିଦେଶୀ ପ୍ରତିରକ୍ଷା ଆମଦାନୀ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିଛି ।ଭବିଷ୍ୟତର ଆଧୁନିକ ନୌସେନା ଯୁଦ୍ଧ ଏବଂ ଦୂରଗାମୀ ମିଶନକୁ ଦୃଷ୍ଟିରେ ରଖି INS ମହେନ୍ଦ୍ରଗିରିକୁ ପ୍ରସ୍ତୁତ କରାଯାଇଛି । ଏହା ଏକାସଙ୍ଗେ ଏକାଧିକ ମୋର୍ଚ୍ଚାରେ ଶତ୍ରୁକୁ ମାତ୍ ଦେବାର କ୍ଷମତା ରଖିଛି । ଏହା ଆଣ୍ଟି-ଏୟାର ଅର୍ଥାତ୍ ଆକାଶମାର୍ଗରୁ ଆକ୍ରମଣ ରୋକିବା, ଆଣ୍ଟି-ସରଫେସ୍ ଅର୍ଥାତ୍ ସମୁଦ୍ର ପୃଷ୍ଠରେ ଆକ୍ରମଣ ଏବଂ ଆଣ୍ଟି-ସବମାରିନ ଅର୍ଥାତ୍ ବୁଡ଼ାଜାହାଜ ବିରୋଧୀ ଅପରେସନକୁ ଅତି ସଠିକତାର ସହ ସଫଳ କରିପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking