29.3 C
Bhubaneswar
Wednesday, August 12, 2026
Homeଓଡିଶାରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ଝାରସୁଗୁଡା  : ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଝାରସୁଗୁଡା କନ୍ଦାଗାଡରେ ଦଳୀୟ କର୍ମୀଙ୍କ ଦ୍ଵାରା ଜୋରଦାର ବିରୋଧ ।  କନ୍ଦାଗାଡ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ଦଳୀୟ କର୍ମୀ । ଗୋ ବ୍ୟାକ ନାରା ଦେଇ ମନ୍ତ୍ରୀଙ୍କୁ ଗାଁକୁ ଯିବା ପାଇଁ ମନା କଲେ ଲୋକେ । ଏହାରି ଭିତରେ କିଛି ଲୋକ ସୁରେଶ ପୂଜାରୀ ଜିନ୍ଦାବାଦ କହୁଥିବା ବେଳେ ଅନ୍ୟ ମାନେ ବିରୋଧ କରୁଛନ୍ତି। ମନ୍ତ୍ରୀ ଗାଆଁ ଭିତରକୁ ପଶିବା ପାଇଁ ଚେଷ୍ଟା କରୁଥିବା ବେଳେ କିଛି ମହିଳା ଏବଂ ପୁରୁଷ କର୍ମୀ ଗାଡ଼ି ସାମ୍ନାକୁ ପଳାଇ ଆସିଥିଲେ। ତେବେ ଦଳୀୟ କର୍ମୀ କାହିଁକି ବିରୋଧ କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଶେଷରେ ମନ୍ତ୍ରୀ ନିଜ କାରକେଡରେ ପୁଣି ଫେରି ଯାଇଥିଲେ। ଏହି ସମୟରେ ବିଜେପି ଜିଲ୍ଲା ସଭାପତି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଦଳୀୟ କର୍ମୀ ମାନେ କହିଛନ୍ତି ଯେ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଣ ପାଇଁ ସେମାନଙ୍କୁ ଅବଗତ କରାଗଲା ନାହିଁ, ଏପରିକି ଦଳୀୟ କର୍ମୀଙ୍କୁ ଅପମାନ କରାଯାଉଥିବା ମଧ୍ୟ କହୁଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking