ବୈଶିଙ୍ଗା: ଗତ ମଙ୍ଗଳବାର ବେତନଟୀ ବ୍ଲକ ଅଧୀନ ଗଡ଼ଦେଉଳିଆ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଖେଳୁଥିବା ସମୟରେ ୫ମ ଶ୍ରେଣୀରେ ପଢ଼ୁଥିବା ହଷ୍ଟେଲ ଛାତ୍ର ବିଷାକ୍ତ ସର୍ପ ଦଂଶନରେ ଗୁରୁତର ହୋଇ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି l ତେବେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱହୀନତା କାର୍ଯ୍ୟକଳାପକୁ ବିରୋଧ କରି ଆଜି ଶତାଧିକ ଅଭିଭାବକ ଆସି ବିଦ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ପୁରେଇ ଦୁଆର ଜଗି ବସିଛନ୍ତି lଅନ୍ୟପଟେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନାକୁ ଲକ୍ଷ କରି ବେତନଟୀ ଏସଡିପିଓ ଓ ବୈଶିଙ୍ଗା ଥାନା ଅଧିକାରୀଙ୍କ ସହିତ ପୁଲିସ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି l ତେବେ ମୃତକ ପରିବାରକୁ ୨୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଅଡି ବସିଛନ୍ତି ଅଭିଭାବକ ଓ ଗ୍ରାମବାସୀ l ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ଦାୟୀତ୍ୱରେ ଅବହେଳା ପାଇଁ ପ୍ରଧାନଶିକ୍ଷୟିତ୍ରୀ ସୁବର୍ଣ୍ଣମଞ୍ଜରୀ ଭୂୟାଁକୁ ନୀଳମ୍ବନ କଲା ଶିକ୍ଷାବିଭାଗ l










