35.4 C
Bhubaneswar
Saturday, July 11, 2026
Homeଓଡିଶାପୋଖରୀରେ ବୁଡ଼ି ଛାତ୍ର ମୃତ

ପୋଖରୀରେ ବୁଡ଼ି ଛାତ୍ର ମୃତ

ସୋର: ସୋର କଲେଜ ଛକରେ ଥିବା ଏକ ଘରୋଇ ମେସରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ସୋର ଥାନା କଣ୍ଟାବାଙ୍କୀ ଗ୍ରାମର ସତ୍ୟବ୍ରତ ନାୟକ କଲେଜ ଛକରେ ଥିବା ବ୍ରାଇଟ ଫିଉଚର ଘରୋଇ ମେସରେ ରହି ସୋର କଲେଜରେ ଯୁକ୍ତ ୩ରେ ପଢୁଥିଲେ।ଆଜି ସକାଳେ ମେସ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି ସୋର କଲେଜ ଛକରେ ଗଢି ଉଠିଥିବା ଅନେକ ଘରୋଇ ମେସର କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବିଭିନ୍ନ ସମୟରେ ଛାତ୍ରାଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛିଦିନ ତଳେ ଜଣେ ସେନା ପାଇଁ ତାଲିମ ନେଉଥିବା ପିଲା ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିବା ବେଳେ ଆଜିର ଏଜି ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking