32.1 C
Bhubaneswar
Tuesday, August 25, 2026
Homeଓଡିଶାନିର୍ମାଣାଧୀନ ଟାଙ୍କିରେ ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ନିର୍ମାଣାଧୀନ ଟାଙ୍କିରେ ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଘଟିଛି। ବରଗଡ଼ ଥାନା ଅଧୀନ ବିଜେବି ନଗର ଅଞ୍ଚଳରେ ଆଜି ନିର୍ମାଣାଧୀନ ଶୌଚାଳୟରେ ପଡ଼ି ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା‌ ଅନୁସାରେ ବିଜେବି ନଗର ଅଞ୍ଚଳରେ ଏକ ନିର୍ମାଣାଧୀନ ଶୌଚାଳୟରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ଅଘଟଣ ଘଟିଥିଲା। ଶୌଚାଳୟ ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ନିର୍ମାଣାଧୀନ ଶୌଚାଳୟରେ ଶ୍ରମିକଙ୍କ ମୃତ୍ୟୁ ଘଟଣା ନୂଆ ନୁହେଁ। ଏହି ଭଳି ଘଟଣା ବାରମ୍ବାର ଘଟୁଛି। ଗତ ମେ’ ମାସ ୨୮ ତାରିଖରେ କଳାହାଣ୍ଡିଜିଲ୍ଲା ମଦନପୁର ରାମପୁର ବ୍ଲକ ଅଧୀନ ଗୌଡ଼କର୍ଲାଖୁଣ୍ଟାରେ ମଧ୍ୟ ସମାନ ପ୍ରକାରର ଅଘଟଣ ଘଟିଥିଲା, ଯେଉଁଥିରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking