32.1 C
Bhubaneswar
Tuesday, August 25, 2026
Homeଦେଶ ବିଦେଶଉତ୍ତର ପ୍ରଦେଶ ପାଇଁ ୩ ରଣଜୀ ଦଳ ଦାବି କଲେ ଜେନ୍‌-ଜି କ୍ରିକେଟର

ଉତ୍ତର ପ୍ରଦେଶ ପାଇଁ ୩ ରଣଜୀ ଦଳ ଦାବି କଲେ ଜେନ୍‌-ଜି କ୍ରିକେଟର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜେନ୍‌-ଜି କ୍ରିକେଟର୍‌ ଏବଂ ସେମାନଙ୍କ ଅଭିଭାବକମାନେ ଏବେ ଏକ ନୂଆ ଦାବି ଲାଗି ସ୍ବର ଉତ୍ତୋଳନ କରିଛନ୍ତି। ଉତ୍ତରପ୍ରଦେଶର ଜନସଂଖ୍ୟା ଦୃଷ୍ଟିରୁ ଏହି ରାଜ୍ୟ ପାଇଁ ୩ଟି ରଣଜୀ ଟ୍ରଫି ଦଳ ଗଠନ କରିବାକୁ ସେମାନେ ଦାବି ଉଠାଇଛନ୍ତି। ଖୁବ୍‌ ଶୀଘ୍ର ସେମାନେ ଆନ୍ଦୋଳନ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଏକନା ଷ୍ଟାଡିୟମ୍‌ରେ ପ୍ରାୟ ୨୫୦ ଜେନ୍‌-ଜି କ୍ରିକେଟର୍ ଏବଂ ସେମାନଙ୍କ ଅଭିଭାବକ ମାନେ ଏକାଠି ହୋଇ ପ୍ରତିବାଦ କରିବା ସହ ଏଭଳି ଅପ୍ରତ୍ୟାଶିତ ଦାବି କରିଛନ୍ତି।ଉତ୍ତରପ୍ରଦେଶର ଜନସଂଖ୍ୟା ପ୍ରାୟ ୨୫ କୋଟି ହୋଇଥିବାରୁ ଉତ୍ତରପ୍ରଦେଶ କ୍ରିକେଟ୍‌ ଖେଳାଳି ସଂଘ ଏବଂ କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ପୂର୍ବାଞ୍ଚଳ ମଧ୍ୟ ଏଭଳି ଦାବି ସପକ୍ଷରେ ରହିଛି। ବିଶେଷ କରି ଉତ୍ତରପ୍ରଦେଶ ଟି-୨୦ ଲିଗ୍‌ରେ ପୂର୍ବାଞ୍ଚଳ ଓ କେନ୍ଦ୍ରୀୟ ୟୁପିର ଖେଳାଳିମାନଙ୍କୁ ସୁଯୋଗ ମିଳିନମିଳିବା ପରେ ଏଭଳି ପ୍ରତିବାଦର ସୃଷ୍ଟି ହୋଇଛି। ତିନିଟି ରଣଜୀ ଦଳ ଗଠନ ପାଇଁ ଚାପ ସୃଷ୍ଟି କରିବା ଲାଗି ସେପ୍ଟେମ୍ବର ମାସରେ ଏକ ବଡ଼ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଟ୍ବେଣ୍ଟି-୨୦ ଲିଗ୍‌ର ୬ ଦଳ ପାଇଁ ପ୍ରାୟ ୧୫୦ ଖେଳାଳି ମନୋନୀତ ହୋଇଛନ୍ତି। ସେଥି ମଧ୍ୟରେ ପୂର୍ବାଞ୍ଚଳ ଓ କେନ୍ଦ୍ରୀୟ ୟୁପିରୁ ମାତ୍ର ୧୬ ଜଣ ରହିଥିବାବେଳେ ଉତ୍ତରପ୍ରଦେଶର ୯ ଜିଲ୍ଲାରୁ ୮୯ ଜଣ ଏବଂ ଦିଲ୍ଲୀରୁ ୮ ଜଣ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking