ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀର ଶାଖା କାଣୀନଦୀର କଣ୍ଟପଡା ଠାରେ ୨ଟି ଘାଇ ସୃଷ୍ଟି ହୋଇଛି । ପ୍ରଥମଟି ପ୍ରାୟ ୭୦ ଫୁଟର ହୋଇଥିବା ବେଳେ ଦ୍ୱିତୀୟଟି ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ପ୍ରଥମ ଘାଇର ୧୫୦ ଦୂରରେ ଦ୍ୱିତୀୟ ଘାଇ ସୃଷ୍ଟି ହୋଇଛି । ଘାଇଟି ନଦୀବନ୍ଧର ଡାହାଣ ପାଶ୍ୱର୍ରେ ହୋଇଥିଲା ବେଳେ ଚାଷ ଜମି ପାଖରେ ଘାଇ ସୃଷ୍ଟି ହୋଇଛି । ଘାଇ ହେବା ଫଳରେ ବ୍ଲକର ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତ ଚାଷ ଜମିରେ ବନ୍ୟା ଜଳ ପ୍ରଭାବିତ ହେଉଛି । କିଛି ତଳିଆ ଅଞ୍ଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ଜଣାପଡିଛି । ଏହା ଛଡା ମଲିକାପୁର ଠାରୁ କଣ୍ଟପଡା ଯାଏଁ ଡାହାଣପାଶ୍ୱର୍ ନଦୀ ବନ୍ଧ ପ୍ରାୟ ୧ କିଲୋମିଟର ଯାଏଁ ଧସିଯାଇଛି । ବୈତରଣୀ ନଦୀ କୟାଁ ପଞ୍ଚାୟତସ୍ଥ ଗୁଣଣ୍ଠୁଣୀପଡା ଠାରେ ପୂର୍ବ ବର୍ଷ ପ୍ରାୟ ୫୦୦ ମିଟର ନଦୀ ବନ୍ଧ ଧସିଯାଇଥିବା ବେଳେ ଏଯାବତ ସମ୍ପୁର୍ଣ୍ଣ ମରାମତି ହୋଇନାହିଁ । ଫଳରେ ଆତଙ୍କିତ ଅନାସ୍ଥାରେ ଦଶରଥପୁର ବ୍ଲକବାସୀ ।










