33.1 C
Bhubaneswar
Tuesday, July 7, 2026
Homeଦେଶ ବିଦେଶବେଲୁନ ବିକ୍ରେତାଙ୍କ ଉପରେ ଚଢିଗଲା ଟ୍ରେଲର: ୪ ଶିଶୁ ମୃତ

ବେଲୁନ ବିକ୍ରେତାଙ୍କ ଉପରେ ଚଢିଗଲା ଟ୍ରେଲର: ୪ ଶିଶୁ ମୃତ

ରାଜସ୍ଥାନ: ରାଜସ୍ଥାନ ଜୟପୁରରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଧରାତିରେ ୨୦୦ ଫୁଟ୍ ବାଇପାସ ଉପରେ ଏକ ଟ୍ରେଲର୍ ମାଡ଼ିଯିବା ଫଳରେ ଗୋଟିଏ ପରିବାରର ୪ଟି ଛୋଟ ଛୁଆଙ୍କର ମୃତ୍ୟୁ ହୋଇଛି । ଏହି ପିଲାମାନେ ତାଙ୍କ ପରିବାର ସହ ବାଇପାସ ନିକଟ ଏକ ଘର ପାଖରେ ବେଲୁନ୍ ବିକ୍ରି କରୁଥିଲେ । ଦୁର୍ଘଟଣା ପରେ ଘର ପାଖରେ ବିକ୍ରି କରିବାକୁ ଥିବା ବେଲୁନ ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ି ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଟ୍ରେଲରଟି  ସଡ଼କ ନିକଟରେ ଲାଗିଥିବା ରେଲିଂକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଏହାପରେ ଘର ଉପରେ ମାଡ଼ି ଯାଇଥିଲା । ଦୁର୍ଘଟଣା ଏବେ ଭୟାବହ ଥିଲା ଯେ ଘଟଣା ସ୍ଥଳରେ ୪ ଛୋଟ ପିଲାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାସହ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଂଚି ଯାଂଚ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking