34 C
Bhubaneswar
Sunday, July 12, 2026
Homeଓଡିଶାଲଗାଣ ବର୍ଷାରେ ଭାଙ୍ଗିଲା ନଦୀବନ୍ଧ! ସୁବର୍ଣ୍ଣପୁରରେ ବନ୍ୟା ଭୟ

ଲଗାଣ ବର୍ଷାରେ ଭାଙ୍ଗିଲା ନଦୀବନ୍ଧ! ସୁବର୍ଣ୍ଣପୁରରେ ବନ୍ୟା ଭୟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଞ୍ଚଳରୁ ଆସିଛି ଚିନ୍ତାଜନକ ଚିତ୍ର। ଲଗାଣ ବର୍ଷା ଯୋଗୁଁ ମେଣ୍ଡା ଗାଁ ନିକଟ ଶୁକତେଲ ନଦୀରେ ନିର୍ମିତ ନଦୀବନ୍ଧ ଭାଙ୍ଗିଯାଇଛି। ମେଣ୍ଡା ଗାଁକୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ତେଲ ଇରିଗେସନ ବିଭାଗ ପକ୍ଷରୁ ପ୍ରାୟ ଦୁଇ ବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟରେ ଏହି ନଦୀବନ୍ଧ ନିର୍ମାଣ କରାଯାଇଥିଲା। ନଦୀବନ୍ଧରେ ଏକ କଲଭର୍ଟ ମଧ୍ୟ ନିର୍ମାଣ କରାଯାଇଥିଲା କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବଡ କଲଭର୍ଟ ନିର୍ମାଣ କରିବାକୁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧୀକାରୀମାନେ ଏହାକୁ ଗୁରୁତ୍ୱ ଦେଇନଥିଲେ। ହୋମ ପାଇପ ପକାଇ ତିଆରି ହୋଇଥିବା କଲଭର୍ଟ ଲଗାଣ ବର୍ଷାର ଚାପ ସହିପାରିନଥିବାରୁ ନଦୀବନ୍ଧ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ଏବେ ନଦୀବନ୍ଧ ଭାଙ୍ଗିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଯଦି ବର୍ଷା ଜାରି ରହେ, ତେବେ ଗାଁ ଓ ଚାଷ ଜମି ଉପରେ ବନ୍ୟା ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି। ଗ୍ରାମବାସୀ ଏବେ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking