30 C
Bhubaneswar
Tuesday, July 7, 2026
Homeଓଡିଶାସୌମ୍ୟରଞ୍ଜନ ହତ୍ୟାକାଣ୍ଡ: ଜେଲରେ ଥିବା ଅଭିଯୁକ୍ତଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ସୌମ୍ୟରଞ୍ଜନ ହତ୍ୟାକାଣ୍ଡ: ଜେଲରେ ଥିବା ଅଭିଯୁକ୍ତଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଭିଡହିଂସା ଘଟଣା । କିଛି ଅଭିଯୁକ୍ତଙ୍କୁ ଆଜି ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ । ଝାରପଡା ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ହୋଇପାରେ ପଚରାଉଚରା । ଏନେଇ କୋର୍ଟ ଅନୁମତି ଦେଇଥିବା ଜଣାପଡିଛି । ଆବଶ୍ୟକସ୍ଥଳେ ସମସ୍ତ ଅଭିଯୁକ୍ତଙ୍କୁ ହୋଇପାରେ ଜେରା ।ଗତ ୩ ତାରିଖରେ ସୌମ୍ୟଙ୍କ ସାଙ୍ଗ ଓମଙ୍କର ହୋଇଥିଲା ଲାଏ ଡିଟେକ୍ସନ ଟେଷ୍ଟ । କୋର୍ଟରୁ ଅନୁମତି ଆଣିବା ପରେ କଡା ସୁରକ୍ଷାରେ ହୋଇଥିଲା ମିଛ ଧରା ପରୀକ୍ଷା । ଏହା ପୂର୍ବରୁ ୨ ଦିନିଆ ରିମାଣ୍ଡରେ ଯାଇଥିଲେ ୩ ଅଭିଯୁକ୍ତ । ୩ ମୁଖ ଅଭିଯୁକ୍ତ ପଞ୍ଚାନନ ବଡଜେନା ଓରଫ କାଳିଆ, ସ୍କାଏଲାବ ପତି ଓ ବିସ୍ମୟ ମହାନ୍ତିଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ୨୦ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛନ୍ତି । ଗତ ମେ ୭ ତାରିଖରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ପୋଲିସ ଉପସ୍ଥିତିରେ ସୌମ୍ୟଙ୍କୁ ପିଟିପିଟି ଲୋକେ ହତ୍ୟା କରିଥିଲେ । ସୌମ୍ୟ ମାମଲାରେ ବିବାଦକୁ ଆସିଥିବା ଆଇପିଏସ ଅଧିକାରୀ ତଥା ଏଡିଜି ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରାଯାଇଥିଲା । ତାଙ୍କର ବିରୋଧରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking