ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଦୃଶ୍ୟ । ଏକ କଲରା ପତରିଆ ବାଘକୁ ମାରିବା ପରେ ଗଛରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି । କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ ଗ୍ରାମ ନିକଟ ପାହାଡ ତଳେ ଥିବା ଏକ କ୍ରସର ନିକଟରେ ଏହି ମୃତ କଲରାପତରିଆ ବାଘକୁ ଦେଖିବାକୁ ମିଳିଛି । ବାଘଟି ଏକ ଗଛରେ ଝୁଲିଥିବା ଅବସ୍ଥାରେ ଥିଲା । ତେବେ କିଏ ଓ କାହିଁକି ବାଘକୁ ମାରି ଗଛରେ ଝଲାଇଲା, ତାହା ଏବେ ବି ରହସ୍ୟ ଘେରରେ ରହିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଖବର ପାଇ କବିସୂର୍ଯ୍ୟନଗର ପୁଲିସ ଓ ପୋଲସରା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବାଘର ମୃତ୍ୟୁର କାରଣ ଏବଂ ଏହା ପଛରେ କାହାକ ହାତ ରହିଛି , ସେନେଇ ତଦନ୍ତ ଆରମ୍ଭ ହୋଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାମନ ନେବାକୁ ଦାବି ଉଠିଛି ।










