27.8 C
Bhubaneswar
Friday, July 3, 2026
Homeଓଡିଶାଏସଆଇଆର ପାଇଁ ୧୦ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତ

ଏସଆଇଆର ପାଇଁ ୧୦ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତ

ଭୁବନେଶ୍ୱର: ଓଡିଶାରେ ଏସଆଇଆର ପାଇଁ ୧୦ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତ । ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେଲେ ୧୦ ଆଇଏଏସ । ଆଇଏଏସ ରାଜେଶ ପ୍ରଭାକର ପାଟିଲ, ଅରବିନ୍ଦ ଅଗ୍ରୱାଲ, ବଳୱନ୍ତ ସିଂହ, ବି. ପରମେଶ୍ୱରନ ବିଜୟ କେତନ ଉପାଧ୍ୟୟ, ପ୍ରସନ୍ନ ରେଡ୍ଡୀ , ସୁଧାଂଶୁ ସାମଲ , ରଶ୍ମିତା ପଣ୍ଡା, ମହମ୍ମଦ ସାଦିକ ଆଲମ, ସଂଗ୍ରାମ କେଶରୀ ମହାପାତଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ଦିଆଯାଇଥିବା ନିଜ ଜିଲ୍ଲାକୁ ଅତି କମରେ ୩ ଥର ଗସ୍ତ କରିବେ । ଜିଲ୍ଲା ମୁଖ୍ୟାଳୟରେ ଗସ୍ତକୁ ସୀମୀତ ନରଖି ବିଭିନ୍ନ ମତଦାନ କେନ୍ଦ୍ର ବୁଲିବେ । ସାଂସଦ, ବିଧାୟକ ଓ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ବୈଠକ କରିବେ । ସେମାନଙ୍କର ଅଭିଯୋଗ ଓ ସମସ୍ୟା ଶୁଣିବା ସହ ସହଯୋଗ ଲୋଡିବେ । ସାଧାରଣ ଲୋକଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକଙ୍କୁ ସାକ୍ଷାତ କରିବାର ସୁଯୋଗ ଦିଆଯିବ । ପର୍ଯ୍ୟବେକ୍ଷକଙ୍କର ଗସ୍ତ ସୂଚୀ, ଟେଲିଫୋନ କିମ୍ବା ମୋବାଇଲ ନମ୍ବର ପ୍ରଚାର ଓ ପ୍ରସାର କରାଯିବ । ଯେପରି ସାଧାରଣ ଲୋକେ ସହଜରେ ଯୋଗାଯୋଗ କରିବାର ସୁଯୋଗ ପାଇବେ । ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ସିଇଓଙ୍କୁ ବିସ୍ତ୍ରୁତ ରିପୋର୍ଟ ଦେବେ । ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking