34.1 C
Bhubaneswar
Saturday, May 18, 2024
Homeଖେଳୱେଷ୍ଟଇଣ୍ଡିଜ୍ ବିଶ୍ୱକପ୍ ଟିମ୍ ଘୋଷିତ; ଫେରିଲେ ହେଟ୍‌ମେୟର୍‌, ଜୋସେଫ୍‌ଙ୍କୁ ସୁଯୋଗ

ୱେଷ୍ଟଇଣ୍ଡିଜ୍ ବିଶ୍ୱକପ୍ ଟିମ୍ ଘୋଷିତ; ଫେରିଲେ ହେଟ୍‌ମେୟର୍‌, ଜୋସେଫ୍‌ଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଆୟୋଜକ ଦେଶ ୱେଷ୍ଟ୍‌ଇଣ୍ଡିଜ୍ ଶୁକ୍ରବାର ୧୫ ଜଣିଆ ଟିମ୍ ଘୋଷଣା କରିଛି । ଟିମ୍‌ର ନେତୃତ୍ୱ ଦାୟିତ୍ୱ ରୋଭମାନ୍ ପାୱେଲଙ୍କ ଉପରେ ନ୍ୟସ୍ତ କରାଯାଇଥିବା ବେଳେ ଇଂଲଣ୍ଡ ବିପକ୍ଷ ଘରୋଇ ଟି-୨୦ ସିରିଜ୍‌ରୁ ବାଦ୍ ପଡ଼ିଥିବା ଶିମରନ୍ ହେଟ୍‌ମେୟରଙ୍କ ଟିମ୍‌କୁ ପ୍ରତ୍ୟାବର୍ତ୍ତନ ଘଟିଛି । ଏହା ବ୍ୟତୀତ ଅଷ୍ଟ୍ରେଲିଆ ଗସ୍ତବେଳେ ଗାବାରେ ଖେଳାଯାଇଥିବା ଟେଷ୍ଟ୍ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଫାଷ୍ଟ୍ ବୋଲର୍ ଶମର୍ ଜୋସେଫ୍‌ଙ୍କ ପ୍ରଥମ ଥର ପାଇଁ ଟି-୨୦ ଟିମ୍‌ରେ ସାମିଲ କରାଯାଇଛି । ୱେଷ୍ଟଇଣ୍ଡିଜ୍ ବିଶ୍ୱକପ୍‌ର ଗ୍ରୁପ୍‌-ସି’ରେ ସ୍ଥାନ ପାଇଥିବା ବେଳେ ଜୁନ୍ ୨ରେ ପାପୁଆ ନ୍ୟୁ ଗିନି ବିପକ୍ଷରୁ ଅଭିଯାନ ଆରମ୍ଭ କରିବ । ଏହାପରେ ଦ୍ୱିତୀୟ ମ୍ୟାଚ୍ ଜୁନ୍ ୯ରେ ୟୁଗାଣ୍ଡା ବିପକ୍ଷରେ ଖେଳିବ ।

ସେହିପରି ତୃତୀୟ ଓ ଚତୁର୍ଥ ଗ୍ରୁପ୍ ମ୍ୟାଚ୍ ଜୁନ୍ ୧୩ ଓ ୧୮ ତାରିଖରେ ଯଥାକ୍ରମେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ୱେଷ୍ଟଇଣ୍ଡିଜ୍ ବର୍ତ୍ତମାନ ସୁଦ୍ଧା ଦୁଇଥର ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବାରେ ସଫଳ ହୋଇଛି । ୱେଷ୍ଟଇଣ୍ଡିଜ୍ ବିଶ୍ୱକପ୍ ଟିମ୍‌: ରୋଭ୍‌ମାନ୍ ପାୱେଲ୍ (କ୍ୟାପ୍‌ଟେନ୍‌), ଅଲ୍‌ଜାରି ଜୋସେଫ୍ (ଭାଇସ୍ କ୍ୟାପ୍‌ଟେନ୍‌), ଜନ୍‌ସନ୍ ଚାର୍ଲସ୍‌, ରୋଷ୍ଟନ୍ ଚେଜ୍‌, ଶିମରନ୍ ହେଟ୍‌ମେୟର୍‌, ଜେସନ୍ ହୋଲ୍ଡର, ଶାଇ ହୋପ୍‌, ଅକିଲ୍ ହୁସେନ୍‌, ଶମର ଜୋସେଫ୍‌, ବ୍ରାଣ୍ଡନ୍ କିଙ୍ଗ୍‌, ଗୁଡ଼ାକେଶ ମୋତି, ନିକୋଲାସ୍ ପୂରନ୍‌, ଆନ୍ଦ୍ରେ ରସେଲ୍‌, ଶେରଫେନ୍ ରଦରଫୋର୍ଡ, ରୋମାରିଓ ଶେଫର୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking